www.samajalive.in
Monday, December 15, 2025
24.1 C
Bhubaneswar

କୋହଳ ହେଲା ଛାଡପତ୍ର ପ୍ରାପ୍ତ ମହିଳାଙ୍କ ପାଇଁ ପରିବାର ପେନସନ ନିୟମ

ଛାଡପତ୍ର ପାଇଥିବା ମହିଳାମାନେ ଯେପରି ସହଜରେ ପରିବାର ପେନସନ ପାଇପାରିବେ ସେ ସମ୍ପର୍କିତ ନିୟମ କୋହଳ କରାଯାଇଥିବା କେନ୍ଦ୍ର ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଜଣେ ମହିଳା ଛାଡପତ୍ର ମାମଲାରେ ନିଷ୍ପତ୍ତି ଚୂଡାନ୍ତ ହୋଇନଥିଲେ ମଧ୍ୟ ପରିବାର ପେନ୍ସନ ପାଇବାକୁ ହକଦାର ହେବେ କିନ୍ତୁ ସେ ଛାଡ଼ପତ୍ର ଆବେଦନ କରିଥିବା ଆବଶ୍ୟକ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଷୟରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଡଃ ସିଂ କହିଛନ୍ତି ଯେ ପୂର୍ବରୁ ଛାଡପତ୍ର ମାମଲା ନିଷ୍ପତ୍ତି ଚୂଡାନ୍ତ ହୋଇଥିବା କ୍ଷେତ୍ରରେ ମହିଳାଙ୍କୁ ପରିବାର ପେନ୍ସନ୍ ପ୍ରଦାନ କରିବା ନିୟମ ଥିଲା। ସେ କହିଛନ୍ତି ଯେ ଏହି ନୂତନ ସଂସ୍କାର ଅନୁଯାୟୀ ଏହା କେବଳ ପେନ୍ସନ୍ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସହଜତା ଆଣିବ ନାହିଁ ବରଂ ସମାଜରେ ଛାଡପତ୍ର ପାଇଥିବା ମହିଳାମାନଙ୍କ ପାଇଁ ସମାନ ଅଧିକାର ମଧ୍ୟ ସୁନିଶ୍ଚିତ କରିବ।

ଡଃ ସିଂ କହିଛନ୍ତି ଯେ ପିତାମାତାଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପିଲା କିମ୍ବା ଭାଇଭଉଣୀଙ୍କୁ ପରିବାର ପେନ୍ସନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିଭଳି ଦିବ୍ୟାଙ୍ଗ ପେନ୍ସନ୍ଭୋଗୀଙ୍କ ପାଇଁ ଜୀବନ ଅତିବାହିତ କରିବାକୁ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏ କ୍ଷେତ୍ରରେ ସହାୟକଙ୍କ ଭତ୍ତା ମାସକୁ ୪୫୦୦ରୁ ୬ ହଜାର ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

- Advertisement -

ମନ୍ତ୍ରୀ କହିଛନ୍ତି, ପେନସନ୍ ବିଭାଗ ଦ୍ୱାରା ନିଆଯାଇଥିବା ଅନ୍ୟତମ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଅବସର ପରେ ନିଜ ପିଲାମାନଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବିଦେଶରେ ସଂପୃକ୍ତ ବ୍ୟାଙ୍କ ଶାଖା ଏବଂ ଭାରତୀୟ ଦୂତାବାସ, କନସୁଲେଟ୍ ଏବଂ ହାଇ କମିଶନଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଏବଂ ସେଠାରେ ଫ୍ୟାମିଲି ପେନସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories