ମାତ୍ର ୧୦୦ ଜଣ କିଣିପାରିବେ ରୟାଲ ଏନଫିଲ୍ଡର ଏହି ବାଇକ୍

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ଶଟଗନ୍ ୬୫୦ର ସ୍ପେଶାଲ ଏଡିଶନ୍ ଲଞ୍ଚ୍ କରିଛି । ଏହାକୁ ୟୁଏସ୍-ବେଷ୍ଟ୍ଡ କଷ୍ଟମ ମୋଟରସାଇକେଲ ନିର୍ମାତା ଆଇକନ୍ ମୋଟୋସ୍ପୋର୍ଟ୍ସ ସହଯୋଗରେ ପ୍ରସ୍ତୁତ କରାଯାଇଛି । ଏହି ଲିମିଟେଡ୍ ଏଡିଶନ ସ୍ପେଶାଲ ଏଲିମେଣ୍ଟ ସହିତ ଆସିଥାଏ । ଖାସ୍ କଥା ହେଉଛି ସାରା ବିଶ୍ବରେ ଏହି ବାଇକର ମାତ୍ର ୧୦୦ ୟୁନିଟ୍ ବିକ୍ରି କରାଯିବ ।

ଲିମିଟେଡ୍ ଶଟଗନ୍ ୬୫୦ରେ ରେସ୍-ଇନ୍ସପାୟର ଗ୍ରାଫିକ୍ସର ଟ୍ରିପଲ-ଟୋନ୍ ପେଣ୍ଟ ସ୍କିମ୍ ଦେଖିବାକୁ ମିଳିଥାଏ । ଏହାର ହାଇଲାଇଟିଂ କଷ୍ଟମ ଏଲିମେଣ୍ଟ ଗୋଲ୍ଡ କନ୍ଟ୍ରାଷ୍ଟ କଟ୍ ରିସ୍ମ, ବ୍ଲୁ ଶକ୍ ସ୍ପ୍ରିଙ୍ଗ୍ ଓ ଏକ ଇଣ୍ଟିଗ୍ରେଟେଡ୍ ଲୋଗୋ ବିଶିଷ୍ଟ ରେଡ୍ ସିଟ୍ ସାମିଲ । ଏହାର ଏକ୍ସ-ଶୋରୁମ୍ ଦାମ୍ ୪.୨୫ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

ଲିମିଟେଡ୍ ଏଡିଶନକୁ ଗ୍ଲୋବାଲ ଡ୍ରପ୍ ଜରିଆରେ ଉପଲବ୍ଧ କରାଯିବ । ଭାରତୀୟ ଗ୍ରାହକଙ୍କ ପାଇଁ ରେଜିଷ୍ଟ୍ରେସନ ୬ ଫେବୃୟାରୀ ୨୦୨୫ ରୁ ବିଶେଷ ରୂପେ ରୟାଲ ଏନଫିଲ୍ଡ ଆପରେ ଆରମ୍ଭ ହେବ । ୧୨ ଫେବୃୟାରୀ ଦ୍ବିପ୍ରହର ୩ଟାରେ ଜିଏମଟିରେ ବୁକିଂ ଓ୍ବିଣ୍ଡୋ ଲାଇଭ୍ ହୋଇଯିବ । ଏହା ପରେ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

Comments are closed.