www.samajalive.in
Sunday, December 7, 2025
13.1 C
Bhubaneswar

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଆରସିବିକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କେକେଆର

ଆବୁଧାବି : ଆଇପିଏଲ ୩୯ତମ ମ୍ୟାଚରେ କଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଉଥିବା  ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କଲକାତା ନାଇଟ ରାଇଡର୍ସର ଅଧିନାୟକ ଇଆନ ମୋର୍ଗାନ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରୁଥିବା କଲକାତା ଆରସିବିର ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇ ୨୦ ଓଭରର ଖେଳ ଖେଳି ଆଠ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା। ଆରସିବିର ଦ୍ରୁତ ବୋଲର ମହମ୍ମଦ ସିରାଜ ଘାତକ ବୋଲିଂ ପଦର୍ଶନ କରିଥିଲେ।  ୪ ଓଭର ବୋଲିଂ କରିଥିବା ସିରାଜ ମାତ୍ର ୨ ରନ ପ୍ରତି ଓଭର ହିସାବରେ ୮ ରନ ଦେଇ ୩ ଟି ୱିକେଟ ଅସ୍ତିଆର କରିଥିଲେ । ୪ ଓଭର ବୋଲିଂ କରିଥିବା ସିରାଜ ଲଗାତର ୨ ଓଭର ମେଡେନ ବୋଲିଂ କରି ଆଇପିଏଲରେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। ଆରସିବି ପକ୍ଷରୁ ସ୍ପିନର ଚହଲ ମଧ୍ୟ ୨ ୱିକେଟ, ୱାସିଙ୍ଗଟନ ସୁନ୍ଦର ୧ ଏବଂ ନଭଦୀପ ସାଇନ ୧ ୱିକେଟ ହାସଲ କରିଥିଲେ।

ସେହିପରି ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା କେକେଆର ବ୍ୟାଟ୍ସମ୍ୟାନ ଆରସିବିର ବୋଲରଙ୍କୁ ସାମ୍ନା କରିବାରେ ଅସମର୍ଥ ହୋଇଥିଲେ। ତ୍ରୀପାଠୀ, ଶୁଭମନ୍‌ ଗୀଲ୍, ନୀତିଶ ରାଣା, କାର୍ତ୍ତୀକଙ୍କ ଭଳି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁବାରେ ବିଫଳ ହୋଇଥିବା ବେଳେ ଦଳର ଅଧିନାୟକ ମୋର୍ଗାନ ୩୦ କରିବାରେ ସମର୍ଥ ହୋଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories