www.samajalive.in
Tuesday, December 9, 2025
15.1 C
Bhubaneswar

ଗ୍ୟାସ୍ ଟାଙ୍କି ଫାଟି ଉଜୁଡି ଗଲା ସୁଖର ସଂସାର : ବାପପୁଅ ମୃତ, ଜୀବନ ମରଣ ସହ ସଂଗ୍ରାମ କରୁଛି ମା

ରାଉରକେଲା : ଗ୍ୟାସ୍ ଟାଙ୍କି ଫାଟି ଉଜୁଡି ଗଲା ସୁଖର ସଂସାର । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଯିବା ଫଳରେ ବାପପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ ହୋଇ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା ରାଉରକେଲା ସହରର ସେକ୍ଟର ୭ ଅନ୍ତର୍ଗତ କବି ସମ୍ରାଟ ପାଲି ଅଞ୍ଚଳରେ ଘଟିଛି ।

ସୂଚନା ଅନୁସାରେ ଗତକାଲି ରାତିରେ କବି ସମ୍ରାଟ ପାଲି ଅଞ୍ଚଳର ଅଯୋଧ୍ୟା ସାହୁଙ୍କ ସ୍ତ୍ରୀ ରିତାଞ୍ଜଳି ରେଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିବା ସହ ଟାଙ୍କି ଫାଟି ଯାଇଥିଲା । ନିଆଁରେ ପୋଡି ହୋଇ ଅଯୋଧ୍ୟା ସାହୁ ଓ ତାଙ୍କ ସ୍ତ୍ରୀ ରିତାଞ୍ଜଳୀ ସାହୁ ଏବଂ ପୁଅ ଗୁଡୁ ଗୁରତର ହୋଇଥିଲେ । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଯୋଧ୍ୟା ସାହୁଙ୍କର ମୃତ୍ୟୁ ହୋଇ ଯାଇଥିଲା ।

- Advertisement -

ଅଯୋଧ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ରିତାଞ୍ଜଳି ଏବଂ ୧୦ ବର୍ଷିୟ ପୁଅ ଗୁଡୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାତିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା ।ହେଲେ ରାଉରକେଲାରୁ କଟକ ଆସିବା ସମୟରେ ପାଲଲହଡା ନିକଟରେ ଗୁଡୁର ମୃତ୍ୟୁ ହୋଇଥିଲା । ବାପପୁଅଙ୍କ ମୃତ୍ୟୁ ହୋଇ ଯାଇଥିବା ​‌ବେଳେ ମା ରିତାଞ୍ଜଳି ବର୍ତ୍ତମାନ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories