www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ ଓ ଟ୍ବେଣ୍ଟି-୨୦ ବିଶ୍ବକପ ଆୟୋଜନ ନେଇ ରୋହିତ ଆଶାବାଦୀ

ମୁମ୍ବାଇ  : ଏକଦିବସୀୟ କ୍ରିକେଟରେ ଭାରତୀୟ ଦଳର ଉପଅଧିନାୟକ ତଥା ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଚଳିତ ବର୍ଷ ଉଭୟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ ) ଓ ଟ୍ବେଣ୍ଟି୨୦ ବିଶ୍ବକପ ଖେଳିବା ନେଇ ଆଶାବାଦୀ ରହିଛନ୍ତି। କରୋନା ମହାମାରୀ ଉକ୍ତ ଦୁଇ ପ୍ରତିଯୋଗିତା ଆୟୋଜନ ଉପରେ ପ୍ରତିବନ୍ଧକ ସୃଷ୍ଟି କରିଛି। ବିିସିସିଆଇ ଆଇପିଏଲକୁ ସ୍ଥଗିତ ରଖିଥିବାବେଳେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ ଆୟୋଜନ ଏବେ ଆଇସିସି ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଟ୍ବେଣ୍ଟି୨୦ ବିଶ୍ବକପ ସ୍ଥଗିତ ହେଲେ ଆଇପିଏଲ ପାଇଁ ବାଟ ଫିଟିବ ବୋଲି ରୋହିତ କହିଛନ୍ତି।
ଇନଷ୍ଟାଗାମ୍‌ରେ ପ୍ରଶଂସକମାନଙ୍କ ସହିତ ଚାଟିଂ କରିବାବେଳେ ରୋହିତ କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲ ଓ ଟ୍ବେଣ୍ଟି୨୦ ବିଶ୍ବକପ ଖେଳିବା ନେଇ ମୁଁ ଲକ୍ଷ୍ୟ ରଖିଥିଲି। ଦୁଇ ପ୍ରତିଯୋଗିତା ଆୟୋଜିତ ହେଲେ ବହୁତ ଖୁସି ହେବି ବୋଲି ରୋହିତ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳାଯିବା ନେଇ ନିଜକୁ ପ୍ରସ୍ତୁତ କରୁଛି। ପିଙ୍କ ବଲରେ ଖେଳିବା ବହୁତ ବଡ ଆହ୍ବାନ ହେବ। ଜସନ ରଏ ଓ ଜୋ ରୁଟ୍‌ଙ୍କ ବ୍ୟାଟିଂକୁ ଉପଭୋଗ କରେ। ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ପ୍ରଶଂସକଙ୍କ ପ୍ରଶ୍ନରେ ରୋହିତ ଧୋନି ଜଣେ କିମ୍ବଦନ୍ତୀ ବୋଲି ମତ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories