ଅଧିକାଂଶ ବଲିଉଡ କଳାକାର ଏବେ ହାତ ବାନ୍ଧି ବସିଛନ୍ତି। ହାତଗଣତି କେତୋଟି ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍ କାମ ଚାଲୁଥିବାବେଳେ ସୁଟିଂ ପାଇଁ କେହି ସାହସ କରିପାରୁନାହାନ୍ତି। ପ୍ରଯୋଜକ, ନିର୍ଦେଶକ ମହଲ ବଡ଼ ଧରଣର କ୍ଷତି ସହୁଛନ୍ତି, ହେଲେ ଉପାୟ ବା କ’ଣ? ଏଭଳି ସ୍ଥିତିରେ ଘରେ ସୁରକ୍ଷିତ ରହିବା ହିଁ ବୁଦ୍ଧିମାନର କାମ। ନିକଟରେ ଅଭିନେତା ଶକ୍ତି କପୁର ସାକ୍ଷାତକାର୍ ଦେଉଥିବାବେଳେ କହିଛନ୍ତି, ବର୍ତ୍ତମାନ ସମୟରେ ସେ ସୁଟିଂ କରିବା ସମ୍ପର୍କରେ ଭାବିବାକୁ ମଧ୍ୟ ଚାହୁଁନାହାନ୍ତି। ତାଙ୍କ ଝିଅ ଶ୍ରଦ୍ଧାଙ୍କର ଏକ ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍ କାମ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ଶ୍ରଦ୍ଧା ସେସବୁ କାମରେ ଏବେ ଯୋଗଦେବେ ନାହିଁ ବୋଲି ଶକ୍ତି ସ୍ପଷ୍ଟ କରିଛନ୍ତି। ଅନ୍ୟପାଖେ ଶ୍ରଦ୍ଧା କିନ୍ତୁ କାମରେ ଯୋଗଦେବାକୁ ଖୁବ୍ ଆଗ୍ରହୀ। ହେଲେ ବାପାଙ୍କ କଥାକୁ କାଟିବେ କିପରି ଶ୍ରଦ୍ଧା, ଏହି ଚିନ୍ତାରେ ଏବେ ଏଇ ସୁନ୍ଦରୀ ଅଭିନେତ୍ରୀ ପଡ଼ିଯାଇଛନ୍ତି।
Popular Categories



