www.samajalive.in
Monday, December 15, 2025
27.1 C
Bhubaneswar

ଦିନିକିଆରେ ଅଧିନାୟକ ପଦ ହରାଇ ପାରନ୍ତି ରୋହିତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟ ଓ ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବାବେଳେ କେବଳ ଦିନିକିଆରେ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତ ଏବେ ଦିନିକିଆ ଫର୍ମାଟର ଅଧିନାୟକ ମଧ୍ୟ ରହିଛନ୍ତି। ୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ଚମ୍ପିଆନ ହେବା ପରେ ରୋହିତ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ଘୋଷଣା କରିଥିଲେ। ସେହିପରି ଗତ ମେ​‌ ରେ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ୩ଟି ଯାକ ଫର୍ମାଟର ୩ଜଣ ଅଧିନାୟକ ରହିଛନ୍ତି। ସୂର୍ଯ୍ୟକୁମାର ଟ୍ବେଣ୍ଟି୨୦ର ଅଧିନାୟକ ରହିଥିବା ବେଳେ ଶୁଭମନ ଗିଲ୍‌ ଟେଷ୍ଟ ଦଳର ନୂତନ ଅଧିନାୟକ ନିଯୁକ୍ତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ୩ଟି ଯାକ ଫର୍ମାଟର ୩ ଜଣ ଅଧିନାୟକ ପଦକୁ ଏଡାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏହି ଦୃଷ୍ଟିରୁ ରୋହିତଙ୍କୁ ଦିନିକିଆ ଫର୍ମାଟ ଅଧିନାୟକ ପଦରୁ ହଟାଇବା ପାଇଁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି। ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୨୦୨୭ରେ ଖେଳାଯିବ। ଏଥିପାଇଁ ଆଉ ଦୁଇ ବର୍ଷ ରହିଛି। ଏବେ ରୋହିତଙ୍କୁ ୩୮ ବର୍ଷ। ୨୦୨୭ ବେଳକୁ ୪୦ ବର୍ଷ ଛୁଇଁଥିବ। ୪୦ ବର୍ଷ ବୟସରେ ରୋହିତଙ୍କ ଫର୍ମ ଓ ଫିଟ୍‌ନେସ ବର୍ତ୍ତମାନ ଭଳି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଦିନିକିଆରେ ନୂତନ ଅଧିନାୟକ ନିଯୁକ୍ତ କରାଇବା ନେଇ ଯୋଜନା କରୁଥିବ​ା ଜଣାପଡ଼ିଛି। ଟାଇମ୍ସ ଅଫ ଇଣ୍ଡିଆକୁ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଚମ୍ପିଆନ୍‌ସ ଟ୍ରଫି -୨୦୨୫ରେ ଭାରତ ଚମ୍ପିଆନ ହେବା ପରେ ରୋହିତ ଶର୍ମା ଦିନିକିଆ କ୍ରିକେଟରୁ ଅବସର ନେଇଯିବେ ବୋଲି ଆଲୋଚନା ହେଉଥିଲା। ରୋହିତ କିନ୍ତୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ଯିବାବେଳେ ଦିନିକିଆ ଖେଳିବା ଜାରି ରଖିଛନ୍ତି। ୨୦୨୭ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ରୋହିତଙ୍କ ବଦଳରେ ଦିନିକିଆରେ ନୂତନ ଅଧିନାୟକ ନିଯୁକ୍ତି ନେଇ ଯୋଜନା କରାଯାଉଛି। ଶୁଭମନ ଗିଲ୍‌ଙ୍କୁ ଟେଷ୍ଟ ଭଳି ଦିନିକିଆରେ ମଧ୍ୟ ନେତୃତ୍ବ ମିଳିପାରେ ବୋଲି ବିସିସିଆଇର ଉକ୍ତ ଅଧିକାରୀ କହିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories