www.samajalive.in
Friday, December 5, 2025
27.1 C
Bhubaneswar

ବୁଧବାର ରାଶିଫଳ: ଏହି ରାଶିରେ ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ

ମେଷ:  ସ୍ଥିର ସ୍ବଭାବସମ୍ପନ୍ନ ହେବେ। ବିଧିଜ୍ଞ ହୋଇପାରନ୍ତି। ସନ୍ମାର୍ଗୀ ହୋଇ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିବେ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ। ଗୁଣାନ୍ବିତ ଓ ଶାସ୍ତ୍ର ବିଚକ୍ଷଣ ହେବେ। ପରୋପକାରୀ ହେବେ।

ବୃଷ: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ।

- Advertisement -

ମିଥୁନ: ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ମତିଜ୍ଞ ହୋଇପାରନ୍ତି।

କର୍କଟ: ନିଜର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆୟ ଆଶାନୁରୂପ ହେବ। ସ୍ବାସ୍ଥ୍ୟପ୍ରଦ ଭୋଜନ ତୃପ୍ତିଦାୟକ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ଜୀବନ ବିତାଇବେ।

ସିଂହ:  ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ମଧୁର କଥାର ଶୈଳୀରେ ପରକୁ ଆପଣାର କରି ସମୂହ ସ୍ବାର୍ଥରେ ତାଙ୍କୁ ନିୟୋଜିତ କରିପାରନ୍ତି। ଅଭାବୀଙ୍କ ପାଇଁ ଧନ ବ୍ୟୟ କରିବେ।

କନ୍ୟା:  ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ସଫଳତା ମିଳିବ।

ତୁଳା:  ସତ୍‌କର୍ମରେ ନିୟୋଜିତ ହୋଇ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସମର୍ଥ ହେବେ। ବ୍ରାହ୍ମ ମୁହୂର୍ତ୍ତରେ ଶୂନ୍ୟପୁରଷଙ୍କୁ ଧ୍ୟାନ କରି ଶରଣାଗତ ହେବେ। ସଫଳତା ଶୀର୍ଷକୁ ସ୍ପର୍ଶ କରିବେ।

ବିଛା:  ପ୍ରଜ୍ଞାଦୀପ୍ତ ଭାବ ନେଇ ଆପଣ ସାଧାରଣ ନୁହନ୍ତି ଅସାଧାରଣ ଓ ମହା ଆଦର୍ଶର ଶାଣିତ ସତ୍ୟ। କ୍ଷମତା ପ୍ରାପ୍ତ ହେଲେ ବି କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନଙ୍କର ନମସ୍ୟ ହେବେ।

ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ଯିବାରେ ଅସୁବିଧା ନାହିଁ। ସତର୍କରେ ଚଳିବାକୁ ପଡ଼ିବ।

ମକର:  ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସେବା ପରାୟଣ ହେବେ। ଆତ୍ମଜ୍ଞାନୀ ହେବେ। ଈଶ୍ବରଙ୍କ ସେବାରେ ନିଜକୁ ସମର୍ପି ଉଜ୍ଜ୍ବଳ ପ୍ରଦୀପ ହେବେ।

କୁମ୍ଭ: ନିଜର ଶୁଭଚିନ୍ତକ ଓ ସମର୍ଥକଙ୍କ ମିଳିତ ଉଦ୍ୟମରେ ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ନିଜ ଜିଦ୍‌ରେ ଅଟଳ ରହି ସମୟକୁ ଅପେକ୍ଷା କରିବେ।

ମୀନ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ସ୍ବୟଂସିଦ୍ଧ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଅହଂ ଭାବକୁ ବିସର୍ଜନ ହେଲେ ଶାଶ୍ବତ ସୁଖର ସନ୍ଧାନ ମିଳିବ। ଦମ୍ପତିଙ୍କ ପାଇଁ ଦିନଟି ସୁଖବୋଧ ଅଟେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories