ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ପରିସରର କୋଇଲି ବୈକୁଣ୍ଠରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ସୁଆର ମହାସୁଆର ନିଯୋଗ ଆଲମୀରାରୁ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ଏହି ଚୋରି ଘଟଣାରେ ଜଣେ ନାବାଳକକୁ ଚିହ୍ନଟ କରିଛି।
ଉଲ୍ଲେଖଯୋଗ୍ୟ, ଶ୍ରୀ ମନ୍ଦିର ପରିସରରୁ ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୋରି ହୋଇଛି। ତେବେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଚୋରି କିପରି ହେଉଛି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



