www.samajalive.in
Monday, December 15, 2025
24.1 C
Bhubaneswar

ଦେଶର ପ୍ରତ୍ୟେକ ବର୍ଗଙ୍କ ପାଇଁ ସ୍ୱାଧିନତା, ସମାନତା ଓ ମୌଳିକ ଅଧିକାରକୁ ସୁନିଶ୍ଚିତ କରୁଛି ସମ୍ବିଧାନ

ଭୁବନେଶ୍ବର : ସମ୍ବିଧାନ ଦିବସ ଉପଲକ୍ଷେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ଭୁବନେଶ୍ୱର ତରଫରୁ ‘ଭାରତୀୟ ସମ୍ବିଧାନ : ଆମ ଗଣତନ୍ତ୍ରର ତତ୍ୱାବଧାରକ’ ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି।
ଏହି ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଅମରେଶ୍ୱର ମିଶ୍ର କହିଛନ୍ତି, ଆମ ସମ୍ବିଧାନ ଏକ ଜୀବନ୍ତ ନଥି। ଏହା ଆମ ଦେଶର ସର୍ବୋଚ୍ଚ ଆଇନ ଗ୍ରନ୍ଥ। ଏକ ଜନ ମଙ୍ଗଳ ରାଷ୍ଟ୍ର ସମ୍ବିଧାନର ନୀତି ନିୟମ ଅନୁସାରେ ଚାଲିଥାଏ। ଆମ ସମ୍ବିଧାନ ହିଁ ଗଣତନ୍ତ୍ରର ପ୍ରମୁଖ ତତ୍ୱାବଧାରକ।
ଗଣତନ୍ତ୍ର କହିଲେ ନାଗରିକମାନଙ୍କର ସ୍ୱାଧିନତା ଓ ଅଧିକାରର ସୁରକ୍ଷା ଏବଂ ଶାସନତନ୍ତ୍ରରେ ସକ୍ରିୟ ଜନଭାଗିଦାରୀକୁ ବୁଝାଇଥାଏ। ଆମ ସମ୍ବିଧାନ ଦେଶରେ ପ୍ରତ୍ୟେକ ବର୍ଗଙ୍କ ସ୍ୱାଧିନତା, ସମାନତା ଓ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥାଏ ବୋଲି ଡଃ ମିଶ୍ର କହିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଉଭୟ ନାଗରିକ ଓ ଶାସନ ଭାର ତୁଲାଉଥିବା ଜନପ୍ରତିନିଧି ଓ ଅଧିକାରୀଙ୍କ ମନରେ ସମ୍ବିଧାନର ନୀତି, ନିୟମ ଓ ଚେତନା ସର୍ବଦା ରହିବା ଆବଶ୍ୟକ ବୋଲି ଡଃ ମିଶ୍ର କହିଥିଲେ।
ୱେବିନାରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ ସିଏସଆଇଆରଡି କୋଲକାତାର ନିର୍ଦ୍ଦେଶକ ଡଃ ବିନୋଦ କୁମାର ମିଶ୍ର କହିଥିଲେ ଭାରତ ଏକ ବିବିଧତାରେ ପୂର୍ଣ୍ଣ ରାଷ୍ଟ୍ର। ଏଠାରେ ବହୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ତେଣୁ ଦେଶର ସାମଗ୍ରୀକ ବିକାଶ ପାଇଁ ଏକ ସମାବେଶୀ ଗଣତନ୍ତ୍ର ଆବଶ୍ୟକ। ଆମ ସମ୍ବିଧାନ ଦେଶରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ସମାନ ସୁବିଧା ସୁଯୋଗ, ସ୍ୱାଧିନତା ଓ ଅଧିକାର ପ୍ରଦାନ କରିଛି।

ୱେବିନାରର ଅନ୍ୟତମ ବକ୍ତା ଆରଓବି ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ଆମ ସମ୍ବିଧାନ ନାଗରିକଙ୍କ
ଆଶା, ଆକାଂକ୍ଷା ଏବଂ ରାଷ୍ଟ୍ରୀୟ ଚରିତ୍ର ଓ ଚେତନାର ପ୍ରତିଫଳନ।
ୱେବିନାରରେ ଅଂଶଗ୍ରହଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଥିଲେ, ଏକ ଅତି ଅହ୍ୱାନପୂର୍ଣ୍ଣ ସମୟରେ ଆମ ସମ୍ବିଧାନ ତିଆରି ହୋଇଥିଲା। ସେହି ସମୟରେ ସମସ୍ତ
ଦେଶବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ତଥା ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ଏକ ସମ୍ବିଧାନ ପ୍ରସ୍ତୁତି କରିବା ଏହାର ନିର୍ମାତାମାନଙ୍କ ପାଇଁ ଏକ କଠିନ କାର୍ଯ୍ୟ ଥିଲା। ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟି ଫଳରେ ଆମେ
ବିଶ୍ୱର ଶ୍ରେଷ୍ଠ ସମ୍ବିଧାନ ପାଇଲୁ ଏବଂ ଏହା ଦୀର୍ଘ ୭ ଦଶନ୍ଧି ଧରି ସଫଳତାର ସହ ଦେଶର ପ୍ରତ୍ୟେକ ବର୍ଗଙ୍କ ମୌଳିକ ଅଧିକାର ଓ ସ୍ୱାଧିନତାକୁ ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି।

- Advertisement -

ଏହି ୱେବିନାରକୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦୀପକ କୁମାର ରାଉତ ପରିଚାଳନା କରିଥିଲେ। ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ସମସ୍ତ ବିଭାଗର ଅଧିକାରୀ, ବୁଦ୍ଧିଜୀବି, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories