www.samajalive.in
Friday, December 5, 2025
19.1 C
Bhubaneswar

ଲାଗିଥିଲା ୧୪ ହଜାର; ବଞ୍ଚିଛି ୧୪୦୦: ପଥପାର୍ଶ୍ବ ବନୀକରଣ ନାଁରେ ୬୦ ଲକ୍ଷ ଖର୍ଚ୍ଚ, ଫଳ ଶୂନ

ଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ ଜିଲା ପ୍ରଦୂଷଣରେ ସାରା ରାଜ୍ୟରେ ପ୍ରଥମସ୍ଥାନରେ ରହିଛି। ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିଚାଲିଛି। ବ୍ୟାପକ ବୃକ୍ଷ ନଷ୍ଟ ସହିତ କୋଇଲା ଉତ୍ତୋଳନ ଓ କଳାକାରାଖାନା ଯୋଗୁଁ ପ୍ରଦୂଷଣ ବଢୁଥିବା କୁହାଯାଉଛି। ପ୍ରଦୂଷଣ ହ୍ରାସ ସହିତ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ଚାରାରୋପଣ କରାଯାଉଛି। ଗତବର୍ଷ ଜିଲାର ବିଭିନ୍ନ ଅଞ୍ଚଳରେ ପଥପାର୍ଶ୍ବରେ ଚାରାରୋପଣ ପାଇଁ ୬୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ୧୪ ହଜାରରୁ ଊର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା। କିନ୍ତୁ ଏବେ ମାତ୍ର ୧୪୦୦ ଚାରା ବଞ୍ଚିଛି।

ଅନୁଗୋଳ ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୯- ୨୦ ଆର୍ଥିକ ବର୍ଷରେ ନୂଆକ୍ଷେତାରୁ ନୂଆ ରାଇଗୋଡା ୩ କିଲୋମିଟରରେ ୭୫୦ଟି, ବସଲାରୁ ଇଙ୍କରବନ୍ଧ ୫ କିଲୋମିଟର ରାସ୍ତା ପାର୍ଶ୍ବରେ ୧୨୫୦ ଏବଂ ମାଣିକଯୋଡ଼ିରୁ କୁଲସର୍ ୫ କିଲୋମିଟରରେ ୧୨୫୦ ପଥ ପାର୍ଶ୍ବ ବନୀକରଣ କରାଯାଇଥିଲା। ମୋଟ ୩୨୫୦ଚାରା ମଧ୍ୟରୁ ଅଧାରୁ ଅଧିକ ଚାରାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଗଛ ନାହିଁ। ୨୦୨୧-୨୧ ଆର୍ଥିକ ବର୍ଷରେ କରତପଟାରୁ ପମ୍ପାସର ୬ କିମିରେ ୧୫୦୦, ବେଡ଼ାରୁ ଚଟିଆଗଜି ୪କିମିରେ ୧୦୦୦ ଓ ଚଂପତିମୁଣ୍ଡା ଠାରୁ ବାଲିପଶି ୭କିମିରେ ୧୭୫୦ ଗଛ ଲଗା ଯାଇଥିବା ବେଳେ ୨୦୨୧-୨୨ରେ ଶଙ୍ଖପୁର ଠାରୁ ଖିଣ୍ଡା ୫କିମିରେ ୧୨୫୦, ବାଳୁଅକଟାରୁ ଶାବଳଭଙ୍ଗା ୫ କିମିରେ ୧୨୫୦ ଏବଂ ବଲାସିଂହା ଠାରୁ ପଣ୍ଡପୁର ୫କିମିରେ ୧୨୫୦ ବୃକ୍ଷରୋପଣ କରା ଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ବନ୍ତଳା ଠାରୁ ସଂଖପୁର ୧ କିମିରେ ୨୫୦, ବାରଗୌଣିଆ ଠାରୁ ତଳଗଡ଼ ୪କିମିରେ ୧୦୦୦, କନ୍ଧକୋଇଲି ଠାରୁ ସିଟିକୋଇଲି ୪ କିମିରେ ୧୦୦୦ ଏବଂ କୁଲସର ଠାରୁ କୃଷ୍ଣଚକ୍ରଗଡ଼ ୫କିମିରେ ୧୨୫୦ ଚାରାରୋପଣ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୪, ୭୫୦ ଚାରାରୋପଣ କରାଯାଇଥିଲା। ଏବେ ଅଧାରୁ ଅଧିକ ଗଛ ନାହିଁ। ବନ ବିଭାଗ ଚାରା ଲଗାଇବା ପରେ ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅଧିକାଂଶ ଚାରା ମରି ଯାଉଥିବା ଅଭିଯୋଗ ହୋଇଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories