www.samajalive.in
Monday, December 15, 2025
27.1 C
Bhubaneswar

ଲାଗିଥିଲା ୧୪ ହଜାର; ବଞ୍ଚିଛି ୧୪୦୦: ପଥପାର୍ଶ୍ବ ବନୀକରଣ ନାଁରେ ୬୦ ଲକ୍ଷ ଖର୍ଚ୍ଚ, ଫଳ ଶୂନ

ଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ ଜିଲା ପ୍ରଦୂଷଣରେ ସାରା ରାଜ୍ୟରେ ପ୍ରଥମସ୍ଥାନରେ ରହିଛି। ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିଚାଲିଛି। ବ୍ୟାପକ ବୃକ୍ଷ ନଷ୍ଟ ସହିତ କୋଇଲା ଉତ୍ତୋଳନ ଓ କଳାକାରାଖାନା ଯୋଗୁଁ ପ୍ରଦୂଷଣ ବଢୁଥିବା କୁହାଯାଉଛି। ପ୍ରଦୂଷଣ ହ୍ରାସ ସହିତ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ଚାରାରୋପଣ କରାଯାଉଛି। ଗତବର୍ଷ ଜିଲାର ବିଭିନ୍ନ ଅଞ୍ଚଳରେ ପଥପାର୍ଶ୍ବରେ ଚାରାରୋପଣ ପାଇଁ ୬୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ୧୪ ହଜାରରୁ ଊର୍ଦ୍ଧ୍ବ ଚାରାରୋପଣ କରାଯାଇଥିଲା। କିନ୍ତୁ ଏବେ ମାତ୍ର ୧୪୦୦ ଚାରା ବଞ୍ଚିଛି।

ଅନୁଗୋଳ ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୯- ୨୦ ଆର୍ଥିକ ବର୍ଷରେ ନୂଆକ୍ଷେତାରୁ ନୂଆ ରାଇଗୋଡା ୩ କିଲୋମିଟରରେ ୭୫୦ଟି, ବସଲାରୁ ଇଙ୍କରବନ୍ଧ ୫ କିଲୋମିଟର ରାସ୍ତା ପାର୍ଶ୍ବରେ ୧୨୫୦ ଏବଂ ମାଣିକଯୋଡ଼ିରୁ କୁଲସର୍ ୫ କିଲୋମିଟରରେ ୧୨୫୦ ପଥ ପାର୍ଶ୍ବ ବନୀକରଣ କରାଯାଇଥିଲା। ମୋଟ ୩୨୫୦ଚାରା ମଧ୍ୟରୁ ଅଧାରୁ ଅଧିକ ଚାରାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଗଛ ନାହିଁ। ୨୦୨୧-୨୧ ଆର୍ଥିକ ବର୍ଷରେ କରତପଟାରୁ ପମ୍ପାସର ୬ କିମିରେ ୧୫୦୦, ବେଡ଼ାରୁ ଚଟିଆଗଜି ୪କିମିରେ ୧୦୦୦ ଓ ଚଂପତିମୁଣ୍ଡା ଠାରୁ ବାଲିପଶି ୭କିମିରେ ୧୭୫୦ ଗଛ ଲଗା ଯାଇଥିବା ବେଳେ ୨୦୨୧-୨୨ରେ ଶଙ୍ଖପୁର ଠାରୁ ଖିଣ୍ଡା ୫କିମିରେ ୧୨୫୦, ବାଳୁଅକଟାରୁ ଶାବଳଭଙ୍ଗା ୫ କିମିରେ ୧୨୫୦ ଏବଂ ବଲାସିଂହା ଠାରୁ ପଣ୍ଡପୁର ୫କିମିରେ ୧୨୫୦ ବୃକ୍ଷରୋପଣ କରା ଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ବନ୍ତଳା ଠାରୁ ସଂଖପୁର ୧ କିମିରେ ୨୫୦, ବାରଗୌଣିଆ ଠାରୁ ତଳଗଡ଼ ୪କିମିରେ ୧୦୦୦, କନ୍ଧକୋଇଲି ଠାରୁ ସିଟିକୋଇଲି ୪ କିମିରେ ୧୦୦୦ ଏବଂ କୁଲସର ଠାରୁ କୃଷ୍ଣଚକ୍ରଗଡ଼ ୫କିମିରେ ୧୨୫୦ ଚାରାରୋପଣ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୪, ୭୫୦ ଚାରାରୋପଣ କରାଯାଇଥିଲା। ଏବେ ଅଧାରୁ ଅଧିକ ଗଛ ନାହିଁ। ବନ ବିଭାଗ ଚାରା ଲଗାଇବା ପରେ ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅଧିକାଂଶ ଚାରା ମରି ଯାଉଥିବା ଅଭିଯୋଗ ହୋଇଛି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories