ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୦ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୧ ବିଲିୟନ ଡଲାର (ଭାରତୀୟ ମୁଦ୍ରା ୨୧୦ କୋଟି ଡଲାର) ହ୍ରାସ ପାଇ ୬୯୭.୭ ବିଲିୟନ ଡଲାର ହୋଇଛି। ବୈଦେଶିକ ମୁଦ୍ରା ସମ୍ପତ୍ତି ପରିମାଣ ହ୍ରାସ ଯୋଗୁଁ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୦ ତାରିଖରେ ଶେଷ ହୋଇଥିବା ସପ୍ତାହ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୫.୬ ବିଲିୟନ ଡଲାର ହ୍ରାସ ପାଇଛି। ୨୦୨୪ ସେପ୍ଟେମ୍ବରରେ ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତର ୭୦୫ ବିଲିୟନ ପହଞ୍ଚିଥିଲା।
ସେହିପରି ଚଳିତ ସପ୍ତାହରେ ସୁନା ଭଣ୍ଡାର ୩.୫ ବିଲିୟନ ଡଲାର ବୃଦ୍ଧି ପାଇଛି। ସ୍ୱତନ୍ତ୍ର ଡ୍ରଇଂ ରାଇଟ୍ସ ୧୩୦ ନିୟୁତ ଡଲାର ହ୍ରାସ ପାଇ ୧୮.୬ ବିଲିୟନ ଡଲାର ହୋଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଭାରତର ରିଜର୍ଭ ସ୍ଥିତି ମଧ୍ୟ ୩୬ ନିୟୁତ ଡ଼ଲାର ହ୍ରାସ ପାଇ ୪୩୬ ବିଲିୟନ ଡଲାର ହୋଇଛି।



