www.samajalive.in
Monday, December 15, 2025
17.1 C
Bhubaneswar

ତଳସଜାର ଦୁଃଖ ନାଗାବଳୀ: ପାଠ ପଢ଼ିବାକୁ ପିଲାଙ୍କ ସଂଘର୍ଷ

ରାୟଗଡ଼ା/କଲ୍ୟାଣସିଂପୁର: ପାଠ ପଢ଼ିବା ପାଇଁ ଭରା ନଦୀରେ ସଂଘର୍ଷ କରିବାକୁ ପଡୁଛି। ପୁଣି ସ୍କୁଲ ଯାଇ ନପାରିଲେ ଅତିରିକ୍ତ ପାଠ ଓ ପରୀକ୍ଷାର ବୋଝ। ସେଥିରେ ପୁଣି ଶିକ୍ଷକଙ୍କ ତାଗିଦ ଏବଂ ଉପସ୍ଥାନ ଖାତାରେ ହାଜରା ନ ପଡ଼ିବା। ରାୟଗଡ଼ା ଜିଲା କଲ୍ୟାଣସିଂପୁର ବ୍ଲକର ତଳସଜା ଗ୍ରାମର କୃଷ୍ଣ ମିଣିଆକା ଓ ମୁନା ମିଣିଆକା ଗାଁ ନିକଟ ସିକରପାଇ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ନଦୀ ଆରପଟେ ଥିବା ସିକରପାଇ ବିଦ୍ୟାଳୟକୁ ପାଠ ପଢିବାକୁ ନିୟମିତ ଏଭଳି ବିପଦସଙ୍କୁଳ ସ୍ଥିତିରେ ଗାଁ ନିକଟରେ ବହି ଯାଇଥିବା ନାଗାବଳୀ ନଦୀ ପାର ହେଉଛନ୍ତି।

ଆଗକୁ ପରୀକ୍ଷା ଥିବାରୁ ପ୍ରତିଦିନ ବିଦ୍ୟାଳୟରେ ପହଞ୍ଚିବାକୁ ତାଗିଦ୍ କରିଛନ୍ତି ଶିକ୍ଷକ। କିଛିଦିନ ତଳେ ନାଗାବଳୀ ନଦୀରେ ବନ୍ୟା ଆସିଥିବାରୁ ପିଲାଙ୍କ ବିଦ୍ୟାଳୟ ଯିବା ବନ୍ଦ ହୋଇ ଯାଇଥିଲା। ଶିକ୍ଷା ଆହରଣରେ ପଛୁଆ ରହି ଯାଇଥିଲେ ଏହି ଦୁଇ ବିଦ୍ୟାର୍ଥୀ। ଏବେ ବନ୍ୟାଜଳ ହ୍ରାସ ପାଇବାରୁ ନିୟମିତ ବିଦ୍ୟାଳୟକୁ ନଦୀ ପାର ହୋଇଯିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ର କୃଷ୍ଣ ମିଣିଆକା। କେବଳ ଏହି ଦୁଇ ବିଦ୍ୟାର୍ଥୀ ଯେ ନଦୀ ପାଇଁ ଦୁଃଖ ପାଉଛନ୍ତି ତାହା ନୁହେଁ ବରଂ ସମଗ୍ର ଗ୍ରାମବାସୀ ନଦୀ ପାଇଁ ହନ୍ତସନ୍ତ ହେଉଛନ୍ତି। ନାଗାବଳୀ ନଦୀ ଏହି ଗ୍ରାମ ପାଇଁ ଦୁଃଖ ସାଜିଛି। ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ ବର୍ଷାଦିନେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। ପୁଣି ବର୍ଷାଦିନେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏହି ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ଭତ୍ତା ପାଇବା ଗାଁବାସୀଙ୍କ ପାଇଁ କଷ୍ଟକର ହୋଇ ପଡୁଛି ବୋଲି ଗ୍ରାମର ସୁରି ମିଣିଆକା କହିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେଇ ନଦୀରେ ପୋଲ ନିର୍ମାଣ କରିବାକୁ ଗାଁବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories