www.samajalive.in
Sunday, December 7, 2025
23.1 C
Bhubaneswar

ବିକାଶ ଛୁଇଁନି ହାତୀମରା ଗାଁ, ଗ୍ରାମ ସଂଯୋଗୀ ରାସ୍ତା ଆଣ୍ଠୁଏ ପାଣି କାଦୁଅ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକ ଅଧିନ ଢଁସର ପଞ୍ଚାୟତର ହାତୀମରା ଗାଁ। ସ୍ଥାନୀୟ ମହାପର୍ବତ ପାଦଦେଶରେ ୫୦ ରୁ ଊର୍ଦ୍ଧ୍ବ ଅନୁସୂଚିତ ଜନଜାତି ବର୍ଗର ଗରୀବ ଖଟିଖିଆଙ୍କ ବାସସ୍ଥାନ। ସ୍ଥାନୀୟ ଅଂଚଳରେ ହାତୀମରା ଶବର ସାହି ଭାବରେ ଗାଁ ନାଁଟି ଅତି ଜଣା। ସଞ୍ଜ ନଇଁଲେ ବାହାରୁ ଗାଁକୁ ଆସିବା କିମ୍ବା ବିପଦ ପଦରେ ଗାଁରୁ ବାହାରକୁ ଯିବା ଭାରି ଦହଗଞ୍ଜ। କାହିଁ କେତେ ପୁରୁଷ ହେଲା ଗାଁଟି ଏଠାରେ ଥିବା ପୁରୁଖା ଲୋକମାନେ କହିଛନ୍ତି। ସ୍ଥାନୀୟ ବଣ ଜଙ୍ଗଲରୁ ବନ୍ୟ ଜନ୍ତୁ ତଥା ବାର୍‍ହାଙ୍କ ଉପଦ୍ରବ ଗ୍ରାମବାସୀଙ୍କୁ ଆତଙ୍କିତ କରିଥାଏ। ଗାଁକୁ ଆସିବା ପାଇଁ ସ୍ଥାୟୀ ରାସ୍ତାଟିଏ ନାହିଁ। ବାଙ୍କୀ ସହର,ଡମପଡା ବ୍ଲକ ଠାରୁ ଗାଁର ଦୂରତା ୫ ରୁ ୬ କି.ମି ହୋଇଥିଲା ବେଳେ ଗାଁକୁ ବିକାଶ ଛୁଇଁ ନଥିବା ଗ୍ରାମବାସୀ କହିଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ବି ସଂଯୋଗୀ ରାସ୍ତାଟିଏ ହୋଇ ପାରିଲା ନାହିଁ। ମହାପର୍ବତରୁ ବାହାରିଥିବା ପାଣି ଧୋଡା ନିକଟରେ ଗାଁଟି ଅବସ୍ଥିତ। ଚାରିପାଖ ଚାଷଜମି ଥିବାରୁ ବର୍ଷା ଚାରି ମାସ ଓ କ୍ଷେତରେ ଫସଲ ଥିଲା ବେଳେ ଗ୍ରାମବାସୀଙ୍କ ଚଳାଚଳ ସଂକଟଜନକ। ସ୍ଥାନୀୟ ଜାମୁଡିହ ଗ୍ରାମ ଠାରୁ ଦକ୍ଷିଣ ଦିଗକୁ ୧କି.ମି ଗହୀର ହୂଡାଟି ଗ୍ରାମବାସୀଙ୍କ ସଂଯୋଗୀ ରାସ୍ତା ଭାବରେ ବ୍ୟବହାର କରାଯାଉଛି। ବର୍ଷା ଦିନେ ଯାତାୟତ ବଡ କଷ୍ଟ ଦାୟକ। ଆଣ୍ଠୁଏ ପଙ୍କ କାଦୁଅରେ ପଶି ଚଲା ବାଟରେ ଗାଁକୁ ଯିବାକୁ ହେଉଛି। ବାଙ୍କୀ ପ୍ରଶାସନର ଗାଁଟି ପ୍ରତି ଅଣଦେଖା ଗ୍ରାମବାସୀଙ୍କୁ ବ୍ୟଥିତ କଲେ ମଧ୍ୟ ସଂକଟ ସୁଧାର ପାଇଁ ଲୋକ ପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଅଣଦେଖା। ବିଗତ ଦିନରେ ଗାଁକୁ ସ୍ଥାୟୀ ରାସ୍ତାଟିଏ ପ୍ରଶାସନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଗତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ଦୀର୍ଘ ଦିନ ପରେ ମଧ୍ୟ ସମସ୍ୟା ହଟି ନାହିଁ। ଗାଁର ଶିକ୍ଷାର ବିକାଶ ପାଇଁ ୧୯୮୧ ମସିହାରେ ନିର୍ମାଣ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଟି ଗାଁ ବିକାଶର ମୁକ ସାକ୍ଷି ହୋଇଥିଲା ବେଳେ ପରବର୍ତ୍ତୀ ଅବସ୍ଥାରେ ବିଦ୍ୟାର୍ଥି ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଗାଁ ବାହାରକୁ ଯିବା ରାସ୍ତା ବାଧକ ସାଜିଛି। ବିଗତ ଦିନରେ ଗଣମାଧ୍ୟମରେ ଗାଁ ସମସ୍ୟା ସମ୍ପର୍କରେ ପ୍ରଶାରଣ ହେଲା ପରେ କେବଳ ବିଦ୍ୟୁତ୍‍ ସଂଯୋଗ ଓ ପାନୀୟ ଜଳ ପ୍ରତି ପ୍ରଶାସନିକ ସହଯୋଗ ମିଳିଛି। ଗାଁକୁ ବିପଦଜନକ ରୋଗୀଙ୍କୁ ନେବା ପାଇଁ ସରକାରୀ ୧୦୮ କିମ୍ବା ଆମ୍ବୁଲାନ୍ସ ଆସିଲେ ଦୀର୍ଘ ୧ କି.ମି ଦୂରରେ ଜାମୁଡିହ ଗ୍ରାମରେ ଗାଡି ରହିଲେ ଗ୍ରାମବାସୀ ରୋଗୀଙ୍କୁ ଅନ୍ୟ ଉପାୟରେ ନେଇଥାନ୍ତି। ଗ୍ରାମକୁ ସ୍ଥାୟୀ ସଂଯୋଗୀ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମର ରମେଶ ଚନ୍ଦ୍ର ଦଳେଇ, ଗଙ୍ଗାଧର ବେହେରା, ଲକ୍ଷ୍ମଣ କୁମାର ଦଳେଇ, ଅଜୟ ଦଳେଇ, ନିରଞ୍ଜନ ଦଳେଇ ପ୍ରମୁଖ ଆମ ପ୍ରତିନିଧିଙ୍କ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ ଜଣାଇଛନ୍ତି। ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories