www.samajalive.in
Monday, December 15, 2025
14.1 C
Bhubaneswar

ରାସ୍ତା ପାଲଟିଛି ମରଣଯନ୍ତା: ସ୍ଥାୟୀ ସମାଧାନ ଦାବି

ଏମ.ରାମପୁର : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ସହରର ଦୁଇଟି ସ୍ଥାନରେ ରାସ୍ତା ପାଲଟିଛି ମରଣଯନ୍ତା । ଏମ.ରାମପୁର ସହରର ପୂର୍ତ୍ତ ବିଭାଗ ରାସ୍ତା ପୁୁରୁଣା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଓ ବ୍ରାହ୍ମଣପଡା ନିକଟରେ ବିରାଟ ଖାଲ ସୃଷ୍ଟି ହୋଇଛି। ବର୍ଷା ଦିନେ ସେହି ଖାଲରେ ପାଣି ଜମୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା  ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେବା ଫଳରେ ଉକ୍ତ ଖାଲ ଗୁଡ଼ିକରେ ପାଣି ଭର୍ତ୍ତି ହୋଇଥିବା କାରଣରୁ କେବଳ ଜନ ସାଧାରଣ ନୁହଁନ୍ତି, ଉକ୍ତ ରାସ୍ତା ଦେଇ ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଶ୍ରୀ ଚକ୍ରଧର ବେହେରାଙ୍କୁ ପଚାରିବାରୁ ଦୁଇଦିନ  ମଧ୍ୟରେ  ସବୁ ଖାଲ ମରାମତି କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ପୂର୍ତ୍ତ ବିଭାଗ ତୁରନ୍ତ ଏହି ସ୍ଥାନ ଗୁଡ଼ିକର ସ୍ଥାୟୀ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories