www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରେନ ଦୁର୍ଘଟଣାରେ ରାଉରକେଲାର ଦୁଇଜଣ ଯୁବକଙ୍କ ମୃତ୍ୟୁ

ରାଉରକେଲା : ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ହୋଇଥିବା ରେଳ ଦୁର୍ଘଟଣାରେ ରାଉରକେଲାର ଦୁଇ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି।  ଏହି ଖବର ମିଳିବା ମାତ୍ରେ ଉଭୟ ଯୁବକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ମୃତ ଯୁବକ ମାଲଗୋଦାମ ସର୍ଦ୍ଦାର ବସ୍ତିର ଅଜିତ ସାମଲ ଏବଂ ରେଳବାଇ କଲୋନୀର ପି. ବିକାଶ ବୋଲି ଜଣାପଡିଛି। ଅଜିତ ବିବାହିତ ଓ ତାଙ୍କର ସ୍ତ୍ରୀ ଓ ଦୁଇଟି ଛୋଟ ପିଲା ଅଛନ୍ତି । ବାପାମା ଓ ବଡ଼ ଭାଇ ଓ ନିଜ ଛୁଆ ପିଲାଙ୍କୁ ନେଇ ଅଜିତ ଙ୍କ ହସ ଖୁସିର ସଂସାର ଚାଲୁଥିବା ବେଳେ ସେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ଏକ ବ୍ୟବସାୟିକ କାର୍ଯ୍ୟ ରେ ରେଳବାଇ କଲୋନୀ ର ପି. ବିକାଶକୁ ଧରି ଟାଟା ନଗର କୁ ଯାଇଥିଲେ। ଟାଟା ରେ କାମ ସାରି ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣାରେ ସେମାନଙ୍କର ଜୀବନ ଚାଲିଯାଇଥିଲା।  ରେଳବାଇ କଲୋନୀ ରେ ରହୁଥିବା ପି. ବିକାଶ ର ସେଲୁନ ବ୍ୟବସାୟ ଥିବା ବେଳେ ସେ ଅବିବାହିତ ଥିଲେ। ଉଭୟ ପରିବାର ଦୁଃଖରେ ଭାଙ୍ଗି ଭାଙ୍ଗି ପଡିଛନ୍ତି । ଅଂଚଳର କିଛି ଯୁବ ବନ୍ଧୁ ଦୁର୍ଘଟଣା ସ୍ଥଳ ରାଜଖରସୁଆଁକୁ ଯାଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories