www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍‌: ୭ଦିନରେ ଉତ୍ତର ରଖ, ନଚେତ ହେବ କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ବାହୁଡା ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୭ଦିନରେ ସନ୍ତୋଷଜନକ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାତ ଦିନରେ ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପାଉଣା ସ୍ଥଗିତ ରଖିବାକୁ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଅବଗତ କରାଇଛି ପ୍ରଶାସନ । ବାହୁଡା ଯାତ୍ରା ଦିନ ରଥରେ ଅଣସେବାୟତ ଚଢିଥିବା ନେଇ ମୁଖ୍ୟ ପ୍ରଶାସକ ଜାଣିବା ପରେ ନିଜେ ଯାଇ ତାଙ୍କୁ ରଥରୁ ଓହ୍ଲାଇଥିଲେ । ଏହାସହିତ ତାଙ୍କ ଠାରୁ ପାସ୍‌ ମଧ୍ୟ ଜବତ କରିଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories