www.samajalive.in
Monday, December 8, 2025
14.1 C
Bhubaneswar

ଆଠ କିଲୋମିଟର ଜଙ୍ଗଲ ରାସ୍ତା ସଫା କଲେ ଗ୍ରାମବାସୀ

ପାତ୍ରପୁର: ପାତ୍ରପୁର ବ୍ଲକର ଦୁର୍ଗମ ବୁରାତ।ଲ ପଞ୍ଚାୟତର ମହାଲିମ୍ବ ଗ୍ରାମବାସୀ ପୁଣି ଗ୍ରାମକୁ ସଂଯୋଗ ରାସ୍ତା ସଫା କରିଥିବା ଦେଖିବାକୁ ମିଳିଛି। ଯାହାକି ଅଂଚଳର ବିଭିନ୍ନର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପାତ୍ରପୁର ବ୍ଲକର ଦୁର୍ଗମ ପାହାଡିଆ ଅଂଚଳରେ ବହୁ ଆଦିବାସୀ ଗ୍ରାମ ରହିଛି। ସେଥି ମଧ୍ୟରୁ କେତେକ ଗ୍ରାମକୁ ବର୍ତମାନ ସୁଦ୍ଧା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଯାହା ଫଳରେ ବିଭିନ୍ନ ସମୟରେ ଗର୍ଭବତୀଙ୍କଠାରୁ ଆରମ୍ଭ କରି ସାଧରଣ ରୋଗୀ ଦୋଳରେ ବୁହା ହେଉଛନ୍ତି। ତେବେ ବୁରାତାଲ ପଞ୍ଚାୟତର ମହଲିମ୍ବ ଗ୍ରାମ ଲୋକଙ୍କ ଉଦ୍ୟମ ନିଆରା ପାଲଟିଛି। କେତେବେଳେ ଗ୍ରାମବାସୀ ମିଳିତ ଭାବେ ବଗଡ଼ ଫସଲ ପାଇଁ ବିହନ ବୁଣିବାଠାରୁ ଅମଳ କରିବା କାର୍ୟ୍ୟ ମିଳିତ ଭାବେ ସମ୍ପାଦନା କରୁଛନ୍ତି ତ ପୁଣି କେତେବେଳେ ଗ୍ରାମକୁ ସଂଯୋଗ ପଥ ସଫା କରୁଛନ୍ତି। ତେବେ ତିନି ବର୍ଷ ପୂର୍ବେ ଗ୍ରାମର ଜଣେ କର୍କଟ ଆକ୍ରାନ୍ତ ରୋଗୀକୁ ଦୋଳରେ ଜଙ୍ଗଲୀ ରାସ୍ତା ବୋହି ନେବା ନେଇ ସମାଜରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହା ପରେ ତୁମ୍ବା ଉନ୍ନୟନ ସଂସ୍ଥା ତରଫରୁ ଏହି ଗ୍ରାମକୁ ଜଙ୍ଗଲ ପଥରେ ପ୍ରଥମ ଥର ପାଇଁ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା।

ତେବେ ଗ୍ରାମରୁ ବାହାରିବା ପାଇଁ ମୁଖ୍ୟ ରାସ୍ତା ଗୁଜୁଲିଙ୍ଗୀଠାରୁ ମହଲିମ୍ବକୁ ରାସ୍ତା ନିର୍ମାଣ ଆରମ୍ଭ କରି ପ୍ରାୟ ଚାରି କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଜାହାରି ଫଳରେ ଲୋକମାନେ ଗ୍ରାମଠାରୁ ଏହି ରାସ୍ତା ଦେଇ ପଂଚାୟତ, ବ୍ଲକ, ଡାକ୍ତରଖାନା ସହିତ ବଜାର ସଉଦା ପାଇଁ ଯାତାୟତର ଆଂଶିକ ପରିମାଣରେ ସୁବିଧା ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଗ୍ରାମରୁ ଆଙ୍କୁଲି ତାଡକ। ସାହି ଗ୍ରାମ୍ୟ ଉନ୍ନୟନ ରାସ୍ତା ପର୍ୟ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତା ଗତ ବର୍ଷ ନିର୍ମାଣ କରାଯାଇଥିଲା। ଗ୍ରାମର ଲୋକମାନେ ମୁଖ୍ୟତ ଗୁଜୁଲିଙ୍ଗୀ ଦେଇ ଯାତାୟତ କରୁଥିବା ବେଳେ ତିନି ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ରାସ୍ତା ବର୍ଷା ପରେ ଖାଲ ଖମା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିବା ବେଳେ ପୁଣି ଲଟା ବୁଦା ମାଡି ବସି ଯାତାୟତ ସମସ୍ୟା ସୃଷ୍ଟି ହୋଇଛି।ଏହି ରାସ୍ତା ଦେଇ ମହଲିମ୍ବ ଗ୍ରାମ ସହିତ ଅନ୍ୟ ଦୁଇ ଗ୍ରାମର ଲୋକମାନେ ଯାତାୟତ କରି ଥାଆନ୍ତି। ଗ୍ରାମବାସୀ ତୁମ୍ବା ଉନ୍ନୟନ ସଂସ୍ଥାରେ ପହଞ୍ଚି ରାସ୍ତା କାର୍ୟ୍ୟ କରିବା ବାରମ୍ବାର ନିବେଦନ ସତ୍ୟେ କାମ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ଗ୍ରାମ ବାସୀ ଏକ ସଭା କରିବା ସହ ପ୍ରାୟ ଛଅ କିଲୋମିଟର ରାସ୍ତା ଛଅଦିନ କାର୍ୟ୍ୟ କରି ସଫା କରିଛନ୍ତି। ଗ୍ରାମର ୨୫ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ, ବୟସ୍କା ହାତରେ କାତି ଦାଆ ଧରି ଏହି ଲଟା ହାଣିବା କାର୍ୟ୍ୟରେ ସାମିଲ ଥିଲେ। ତିନି ବର୍ଷ ପୂର୍ବେ ଏହି ଗ୍ରାମର ଲୋକମାନେ ଲଟା ହାଣି ଗ୍ରାମ ରାସ୍ତା ସଫା କରିବା ଖବର ପ୍ରକାଶ ପରେ ଗ୍ରାମକୁ ପ୍ରଶାସନ ରାସ୍ତା କାର୍ୟ୍ୟ ଆରମ୍ଭ କରିବା ଦେଖି ଅନ୍ୟ କିଛି ଗ୍ରାମର ଆଦିବାସୀମାନେ ମଧ୍ୟ ଗ୍ରାମ ରାସ୍ତା ସଫା କରିଥିଲେ।ଯାହାରି ଫଳରେ ଗଡଙ୍ଗ ଭଳି ବହୁ ଗ୍ରାମକୁ ପ୍ରଥମ ଥର ପାଇଁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯାଇ ରାସ୍ତା ନିର୍ମାଣ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories