ଜେଲେନସ୍କିଙ୍କୁ ଭେଟିଲେ ଋଷି ସନକ ; ସାମରିକ ସହାୟତା ଦେବାକୁ ପ୍ରତିଶ୍ରୁତି
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ ରାଜଧାନୀ କିଭ୍ରେ ଉଭୟଙ୍କର ସାକ୍ଷାତ ଆଲୋଚନା ହୋଇଛି । ସାକ୍ଷାତ କାଳରେ କ୍ଷୁଦ୍ଧ କ୍ଷତିଗ୍ରସ୍ତ ଖେରସନ ଅଞ୍ଚଳର ପୁନଃନିର୍ମାଣ ଲାଗି ଜେଲେନସ୍କି ବ୍ରିଟେନର ସହାୟତା ଲୋଡିଥିଲେ । ଏହା ସହିତ ରୁଷ୍ର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନର ବିଦ୍ୟୁତ୍ ଶକ୍ତି ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଉପରେ ୟୁକ୍ରେନକୁ ସହାୟତା ଦେବାକୁ ସନକ ଘୋଷଣା କରିଛନ୍ତି । ସେହିପରି ଯୁଦ୍ଧରେ ୟୁକ୍ରେନକୁ ସାମରିକ ସହାୟତା ପୂର୍ବକ ବ୍ରିଟେନ ପକ୍ଷରୁ ୧୨୫ଟି ଯୁଦ୍ଧବିମାନ ବିଧ୍ବଂସୀ ବନ୍ଧୁକ ଓ ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସନକ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଜେଲେନସ୍କି କହିଛନ୍ତି ଯେ ବ୍ରିଟେନ ଭଳି ଦେଶ ଆମ ପଛରେ ରହିଥିବାରୁ ଯୁଦ୍ଧରେ ତାଙ୍କର ବିଜୟ ନିଶ୍ଚିତ ହେବ । ଯୁଦ୍ଧ ଆରମ୍ଭରୁ ଆମ ପଛରେ ବ୍ରିଟେନ ରହିଆସିଥିବାରୁ ଆମେ ଗର୍ବିତ। ଫେବୃଆରୀ ମାସରୁ ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ଶକ୍ତି ଓ ସାହସର ସହିତ ଲଢେଇ କରି ବିଜୟ ଦିଗରେ ଅଗ୍ରସର ହୋଇଛି ।
Comments are closed.