ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ : ରିଷଭ ପନ୍ତ ଭାରତୀୟ ଦଳର ଅଧିନାୟକ
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ରିଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମ୍ ଇଣ୍ଡିଆର ଅଧିନାୟକ କେ.ଏଲ. ରାହୁଲ ଆହତ କାରଣରୁ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ କାରଣରୁ କୁଳଦୀପ ଯାଦବ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି ।
NEWS 🚨- KL Rahul and Kuldeep Yadav ruled out of #INDvSA series owing to injury.
The All-India Senior Selection Committee has named wicket-keeper Rishabh Pant as Captain and Hardik Pandya as vice-captain for the home series against South Africa @Paytm #INDvSA
— BCCI (@BCCI) June 8, 2022
ତେଣୁ କଟକ ବାରବାଟୀରେ ଆଉ ରାହୁଲଙ୍କୁ ଦେଖିବାକୁ ମିଳିବ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ। ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।
କଟକରେ ଆସନ୍ତା ୧୨ ତାରିଖରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ଦିଲ୍ଲୀରେ ଦୁଇଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ।
Comments are closed.