www.samajalive.in
Sunday, December 14, 2025
16.1 C
Bhubaneswar

ଲୋକପ୍ରିୟ ବଲିଉଡ଼ ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ

ମୁମ୍ବଇ: ହିନ୍ଦୀ ସିନେଜଗତର ଲୋକପ୍ରିୟ ଅଭିନେତା ରିଓ କପାଡ଼ିଆଙ୍କ ପରଲୋକ ଘଟିଛି। ବଲିଉଡ଼ର ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ରିଓ। ‘ଦିଲ୍‌ ଚାହତା ହୈ’, ‘ଚକ ଦେ ଇଣ୍ଡିଆ’ ଓ ‘ହାପି ନ୍ୟୁ ଇୟର’ ଆଦି ଚଳଚ୍ଚିତ୍ରରେ ଦମ୍‌ଦାର ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ଶେଷ ଥର ପାଇଁ ତାଙ୍କୁ ପ୍ରାଇମ୍‌ ଭିଡିଓର ୱେବ୍‌ ସିରିଜ୍‌ ‘ମେଡ୍‌ ଇନ୍‌ ହେଭେନ୍‌-୨’ରେ ଦେଖିବାକୁ ମିଳିଥିଲା।

ଗୁରୁବାର ୬୬ବର୍ଷୀୟ ରିଓଙ୍କର ଦେହାନ୍ତ ହୋଇଥିବା ନେଇ ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ଆସନ୍ତାକାଲି ଆର୍ଥାତ୍‌ ସେପ୍ଟେମ୍ବର ୧୫ରେ ଗୋରେଗାଓଁର ଶିବ ଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ଅଭିନେତା ତାଙ୍କ ପତ୍ନୀ ମାରିଆ ଫରାହ ଏବଂ ୨ପୁଅ ଅମନ୍ ଓ ବୀରଙ୍କ ସହ ରହୁଥିଲେ। ତେବେ ରିଓଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

- Advertisement -

ସୂଚନାଯୋଗ୍ୟ, ନିଜ କ୍ୟାରିୟରରେ ଅନେକ ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି ରିଓ କପାଡ଼ିଆ। ସେ ‘ଖୁଦା ହାଫିଜ୍’, ‘ବିଗ୍ ବୁଲ୍’,‘ ଏଜେଣ୍ଟ ବିନୋଦ’ ଆଦି ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଫିଲ୍ମ ବ୍ୟତୀତ ଟେଲିଭିଜନ ଜଗତରେ ମଧ୍ୟ ରିଓ ଜଣେ ପ୍ରମୁଖ ଚେହେରା ଥିଲେ। ଧାରାବାହିକ ‘ସପ୍ନେ ସୁହାନେ ଲଡକପନ୍ କେ’ ଏବଂ ସିଦ୍ଧାର୍ଥ ତିୱାରୀଙ୍କ ‘ମହାଭାରତ’ରେ ଗାନ୍ଧାରୀଙ୍କ ପିତା ଭୂମିକାରେ ସେ ଅଭିନୟ କରିଥି‌ଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories