www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା

ନୂଆଦିଲ୍ଲୀ: ରୋଗ ଚିକିତ୍ସା କ୍ଷେତ୍ରରେ ମନ୍ତ୍ରର ପ୍ରଭାବ ମଧ୍ୟ ରହିଛି। ମନ୍ତ୍ର ଦ୍ୱାରା ଜଣକର ମାନସିକ ସ୍ଥିତିକୁ ସ୍ଥିର ଓ ସୁଦୃଢ କରାଯାଇପାରିବ। ତାହାର ଯଥେଷ୍ଟ ପ୍ରଭାବ ଶରୀର ଉପରେ ରହିଛି। ଏହାଦ୍ୱାରା ଶରୀରେ ହେଉଥିବା ରୋଗକୁ ମଧ୍ୟ ପ୍ରତିହତ କରାଯାଇପାରିବ। ଏହି ତତ୍ତ୍ୱ ଆଧାରରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ତାହା କରୋନା ସଂକ୍ରମଣରୁ ସୁସ୍ଥ ହେବାରେ କେତେଦୂର ସହାୟକ ହୋଇପାରୁଛି, ତାହା ଉପରେ ସଂପ୍ରତି କରାଯାଉଛି ଗବେଷଣା। ଏଥିପାଇଁ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ପାଣ୍ଠି ଯୋଗାଇ ଦେଇଛି। ଋଷିକେଶସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏହି ଅଧ୍ୟୟନ ହାତକୁ ନିଆଯାଇଛି। ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ, ଯୋଗାଭ୍ୟାସ ଏବଂ ପ୍ରାଣାୟମ କରିବା ଦ୍ୱାରା କରୋନା ସଂକ୍ରମିତ ରୋଗୀ କେତେଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି ତାହା ଲକ୍ଷ୍ୟ କରିବା ଏହି ଗବେଷଣାର ଉଦ୍ଦେଶ୍ୟ।
ଏହି କ୍ଲିନିକାଲ ଟ୍ରାଏଲକୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ରେ ଆନୁଷ୍ଠାନିକ ଭାବରେ ପଞ୍ଜିକୃତ କରାଯାଇଛି। ଏଥିରେ ମଧ୍ୟମ ଧରଣର ଲକ୍ଷଣ ଥିବା ୨୦ ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ନେଇ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗୋଷ୍ଠୀକୁ ମାନକ ଚିକିତ୍ସା ସୁବିଧା ଦିଆଯାଉଥିବାବେଳେ ଅନ୍ୟ ଗୋଷ୍ଠୀକୁ ଚିକିତ୍ସା ସହିତ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଏବଂ ୧୪ ଦିନ ଶ୍ୱାସ ପ୍ରଶ୍ୱାସ ବ୍ୟାୟାମ କରାଯାଇଥିଲା। ଜଣେ ପ୍ରମାଣିକୃତ ଯୋଗ ଇନଷ୍ଟ୍ରକଟରଙ୍କ ତତ୍ତ୍ୱାବଧାନରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ପରେ ଦୁଇ ଗୋଷ୍ଠୀଙ୍କ ଆରୋଗ୍ୟଲାଭ ସ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସେଥିରୁ ଜଣାଗଲା ଯେ ଚିକିତ୍ସା ସହିତ ଯେଉଁମାନେ ମନ୍ତ୍ର ଉଚ୍ଚାରଣ ଏବଂ ଯୋଗାଭ୍ୟାସ ଆଦି କରିଥିଲେ ସେମାନଙ୍କ ଠାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଥିଲା। ତେବେ ଯେଉଁମାନେ ଗୁରୁତର ରୋଗୀ ସେମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ଉପରେ ଏବେ ଅଧିକ ଗବେଷଣା କରାଯାଉଥିବା କହିଛନ୍ତି ଏମ୍ସର ପଲମୋନୋଲୋଜିଷ୍ଟ ଏବଂ ସହଯୋଗୀ ପ୍ରାଧ୍ୟାପକ ଡା.ରୁଚି ଦୁଆ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories