www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଭୂତାଣୁ ଗବେଷଣା ପାଇଁ ପେଣ୍ଟାଗନ ଦେଇଥିଲା ୩୯ ନିୟୁତ ଡଲାର

ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଚୀନର ଉହାନ ଲାବୋରେଟୋରୀରେ କରୋନା ଭୂତାଣୁ ଗବେଷଣା ପାଇଁ ଅର୍ଥ ଯୋଗାଇ ଦେଇଥିଲା। ଡ.ପିଟର ଡାସକଙ୍କ ଇକୋ ହେଲଥ ଆଲାଏନ୍ସକୁ (ଇଏଚଏ) ଏଥିପାଇଁ ୩୯ ନିୟୁତ ଡଲାର ପ୍ରଦାନ କରାଯାଇଥିଲା। ଉକ୍ତ ଏନଜିଓ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ଉକ୍ତ ଅର୍ଥ ସହାୟତା ଆକାରରେ ପ୍ରଦାନ କରିଥିଲା। ସୂଚନାଯୋଗ୍ୟ ଯେ ଉହାନ ଲାବୋରେଟୋରୀରେ ଯେଉଁ ପରୀକ୍ଷା ନିରୀକ୍ଷା କରାଯାଉଥିଲା ସେଥିରେ ବିପଜ୍ଜନକ ଭୂତାଣୁଗୁଡିକୁ ଅଧିକ ସଂକ୍ରାମକ କରାଯାଇ ମଣିଷ ଶରୀରର କୋଷ ଉପରେ ତାହାର କିଭଳି ପ୍ରଭାବ ପଡୁଛି ତାହା ଉପରେ ଗବେଷଣା କରାଯାଉଥିଲା। କିନ୍ତୁ ଗତବର୍ଷ ଇଏଚଏ ପାଣ୍ଠି ସହାୟତାରେ ଉହାନ ଲାବୋରେଟୋରୀରେ କରୋନା ଭୂତାଣୁକୁ ବିକଶିତ କରାଯାଇଛି ଅଥବା ତାହା ସେଠାରୁ ବାହାରକୁ ବ୍ୟାପିଥାଇପାରେ ବୋଲି ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଡୋନାଲଟ ଟ୍ରମ୍ପଙ୍କ ପ୍ରଶାସନ ଉକ୍ତ ଗବେଷଣା ପାଇଁ ଦିଆଯିବାକୁ ଥିବା ଆୁ୩.୭ ନିୟୁତ ଡଲାର ସହାୟତାକୁ ବାତିଲ କରିଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories