ନୂଆଦିଲ୍ଲୀ: କୋଭିଡ-୧୯ ଚିକିତ୍ସା ନିମନ୍ତେ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହୋଇଛି। ଭାରତର ସର୍ବବୃହତ ଗବେଷଣା ଓ ଉନ୍ନୟନ ସଂସ୍ଥା ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ସିଏସଆଇଆର ଏବଂ ଲାକ୍ସାଇ ଲାଇଫ ସାଇନ୍ସେସ ପ୍ରାଇଭେଟ ଲିମିଟେଡ କୋଭିଡ-୧୯ ଚିକିତ୍ସା ଉଦ୍ଦେଶ୍ୟରେ ପୁନଃ ପ୍ରସ୍ତୁତ କରାଯାଇଥିବା ନିକ୍ଲୋସାମାଇଡର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଅତୀତରେ ବୟସ୍କ ଏବଂ ପିଲାମାନଙ୍କ ଠାରେ ଫିତାକୃମି ଜନିତ ସଂକ୍ରମଣର ଚିକିତ୍ସା ନିମନ୍ତେ ନିକ୍ଲୋସାମାଇଡର ବହୁଳ ବ୍ୟବହାର କରାଯାଇଛି। ସଂପ୍ରତି ଏହାକୁ କୋଭିଡ-୧୯ର ଚିକିତ୍ସା ନିମନ୍ତେ ପୁନଃ ପ୍ରସ୍ତୁତ କରାଯିବା ପରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ତାହାର କିଭଳି ପ୍ରଭାବ ରହୁଛି ସେ ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହୋଇଛି। ଏହି ଔଷଧର ନିରାପତ୍ତା ଦିଗକୁ ନେଇ ଅନେକ ଥର ପରୀକ୍ଷା ନିରୀକ୍ଷା କରାଯାଇସାରିଛି ଏବଂ ଏହା ବିଭିନ୍ନ ପରିମାଣର ପାନ ବ୍ୟବହାର କ୍ଷେତ୍ରରେ ମଣିଷଙ୍କ ପାଇଁ ନିରାପଦ ପରିଲକ୍ଷିତ ହୋଇଛି। ଏବେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଚାଲିଛି। ଏହା ଜେନେରିକ ହୋଇଥିବାବେଳେ ସୁଲଭ ମୂଲ୍ୟରେ ଏବଂ ଭାରତରେ ସହଜରେ ଉପଲବ୍ଧ ହେଉଛି।
କୋଭିଡ-୧୯ ଚିକିତ୍ସା ପାଇଁ ନିକ୍ଲୋସାମାଇଡର କ୍ଲିନିକାଲ ପରୀକ୍ଷଣ ଆରମ୍ଭ
Popular Categories



