ପାଣି ପାଇଁ ଡହକବିକଲ ଡୁଙ୍ଗୁରି ପଡ଼ା

ରେଙ୍ଗାଲିକ୍ୟାମ୍ପ: ଗ୍ରାମ ବହୁଳ ଓଡ଼ିଶାର ବିକାଶ ଗ୍ରାମର ବିକାଶ ରୁ ହିଁ ଆରମ୍ଭ ହୁଏ। ସରକାର ଗ୍ରାମ୍ୟ ବିକାଶ ଯୋଜନା ତିଆରି କରିଛନ୍ତି। କୋଟି କୋଟି ଟଙ୍କା ଗ୍ରାମର ବିକାଶ ପାଇଁ ଖର୍ଚ୍ଚ ହେଉଥିବା ଲିଖିତ ରେକର୍ଡ ବି ରହୁଛି। କିନ୍ତୁ ତାର ବାସ୍ତବ ଦୃଶ୍ୟ କିଛି ଅଲଗା କହେ। ଗ୍ରାମର ବିକାଶ ଚିତ୍ର ଆଜି ନଗ୍ନ ପାଲଟି ଯାଇଛି। ଯେଉଁଠି ଲୋକ ସ୍ୱର ଉତ୍ତୋଳନ କରୁଛନ୍ତି ବା କରିବାର ସାମର୍ଥ୍ୟ ଥିବା ବଡ ବଡିଆ ଲୋକ ବସବାସ କରୁଛନ୍ତି ସେମାନଙ୍କୁ ସୁହାଇଲା ପରି କିଛି କାମ ସହରମାନଙ୍କରେ କରାଯାଉଛି କେବଳ କାର୍ଯ୍ୟକୁ ଲୋକ ଲୋଚନରେ ଆଣି ଭୋଟ ସଂଗ୍ରହ କରିବା ର ଲୁକ୍କାୟିତ ସ୍ବାର୍ଥ ପାଇଁ, ହେଲେ ଯେଉଁ ସରଳ ନିରୀହ ମାନେ ଗାଆଁରେ ରହୁଛନ୍ତି ତାଙ୍କ ପାଇଁ କିଛି ନାହିଁ ।କାରଣ ସେମାନେ ନିଜ ପାଇଁ କିଛି ଚିନ୍ତା ନ କରି ଭୋଟ ଦେଇଥାନ୍ତି। ଏମିତି ଗାଆଁମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡୁଛି ଦିନକୁ ଦିନ ଯାହା ଦେଖିବାକୁ ମିଳିଛି ଅତାବିରା ବ୍ଲକ ଅନ୍ତର୍ଗତ ଲାହାଣ୍ଡା ପଞ୍ଚାୟତର ଡୁଙ୍ଗୁରି ପଡ଼ାରେ।

ଆଦିବାସୀ ଅଧ୍ୟୁସିତ ଏହି ପଡ଼ାରେ ଦୀର୍ଘ ୮୦ ବର୍ଷରୁ ଉର୍ଦ୍ଧ୍ବ ହେବ ୨୫୦ଟି ଖଡ଼ିଆ ପରିବାର ରହିଆସିଛନ୍ତି। ଏହି ପଡ଼ାରେ ଦୁଇଟି ନଳକୂଅ ରହିଛି ସେଥିମଧ୍ୟରୁ ଗୋଟିଏ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଥିବା ବେଳେ ଅନ୍ୟଟିର ଜଳ ବ୍ୟବହାର ଯୋଗ୍ୟ ନୁହେଁ। ହଳଦିଆ ପାଣି ବାହାରୁଛି। କିନ୍ତୁ ବାଧ୍ୟ ହୋଇ ପଦବାସି ତାକୁ ବ୍ୟବହାର କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟକୁ ଖରାଦିନେ ବନ୍ଦ ହୋଇଯାଏ ସେଇ ଗୋଟିକ ବି।ପୁଣି ନିଜ ପକେଟରୁ ପଇସା ଖର୍ଚ୍ଚକରି ମରାମତି କରନ୍ତି। ପାଖରେ ଥିବା ଏକ ପୋଖରୀରୁ ପାଣି ଆଣି ବ୍ୟବହାର କରୁଥିଲେ ଆଗରୁ କିନ୍ତୁ ମାଛଚାଷ ହେବାରୁ ସେଇ ପାଣି ବି ଆଉ ବ୍ୟବହାର ହୋଇ ପାରୁନି। ଗ୍ରାମବାସୀ ଏ ନେଇ ବାରମ୍ବାର ଅଭିଯୋଗ କରିବାରୁ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ କାମ ଦିଆଯାଇଥିଲା। ଚାରିମାସ ହେଲା ଏମିତି ବିତିଯାଇଛି କିନ୍ତୁ କେବଳ ୩ଫୁଟର ଏକ ସିମେଣ୍ଟ ଚାନ୍ଦିନୀ ଛଡ଼ା ଆଉ କିଛି ହୋଇନି।ସ୍ଥାନୀୟ ସରପଞ୍ଚଙ୍କୁ ବି ଅନେକ ଥର ଲିଖିତ ଭାବେ ସଭା ସମିତି କରି ଅବଗତ କରାଇଛନ୍ତି। ବ୍ଲକ ବିଡିଓଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ସବୁ ଚେଷ୍ଟା ତାଙ୍କର ପାଣି ଫୋଟକା ପରି ମିଳେଇ ଯାଉଛି। ବିଡିଓ ଜେଇଙ୍କୁ ଏହି ପଡ଼ାର ରିପୋର୍ଟ ମାଗିଥିଲେ ହେଲେ ଜେଇ ମହାଶୟ କିଛି ଶୁଣୁ ନଥିବା ଅଭିଯୋଗ କରନ୍ତି ପଡ଼ାବାସୀ। ଏ ହେଉଛି ଗ୍ରାମ ବିକାଶ ଯୋଜନାର ନଗ୍ନଚିତ୍ର। ସରକାର ମାଲ ମାଲ ଯୋଜନା କରୁଛନ୍ତି ଆଉ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି, କିନ୍ତୁ ପ୍ରକୃତରେ ସେଇ ଯୋଜନା କାହା ହିତରେ କାର୍ଯ୍ୟକାରୀ ହେଉଛି ତାହା ସରକାରଙ୍କ ଦୃଷ୍ଟିରେ ପଡୁନାହିଁ।ଯାହା ଫଳରେ ବିକାଶ ଯୋଜନାରେ ଅସମାନତା ପରିଲକ୍ଷିତ ହେଉଛି। ଗ୍ରାମଗୁଡ଼ିକ ପତନାଭିମୁଖି ହେଉଥିବା ବେଳେ ସହରୀକରଣ ବୃଦ୍ଧି,ପ୍ରଛନ୍ନ ବେକାରିନାଜ୍ ସଂଖ୍ୟା ବୃଦ୍ଧି ତଥା ଜନସଂଖ୍ୟା ବିତରଣରେ ଅସମାନତା ଆଦି ଅନେକ ଗୁଡ଼ିଏ ବଡ ବଡ଼ ସମସ୍ୟାର କାରଣ ହେଉଛି। ତେଣୁ ସରକାର ହୁଅନ୍ତୁ ବା ପ୍ରଶାସନିକ କର୍ମଚାରୀ ଏମିତି ଦୁର୍ଦ୍ଦଶାରେ ରହୁଥିବା ଲୋକଙ୍କ ପାଇଁ ନିଜର କର୍ତ୍ତବ୍ୟକୁ ଠିକ ଭାବରେ ସମ୍ପାଦନ କରିବା ଏକ ନାଗରିକର କର୍ତ୍ତବ୍ୟ ଅଟେ।ଯାହାର ଅଭାବରେ ସେମାନେ ଆଜି ବିକାଶର ଆଢ଼ୁଆଳରେ ରହି ଦୁଃଖମୟ ଜୀବନ ଅତିବାହିତ କରୁଛନ୍ତି। ତେବେ ଦେଖାଯାଉ କେବେ ପ୍ରଶାସନର ନିଦ୍ରା ଭାଙ୍ଗୁଛି ଏଇ ଡୁଙ୍ଗୁରି ପଡ଼ା ବାସୀଙ୍କ ପାଇଁ।

ସେମାନେ କହନ୍ତି: ହୀରା ମାଝୀ(୪୫)..ପାଣି ଟିକକ ପାଇଁ ବହୁତ ଗୁଲୁଗୁଲା ହେଉଛୁ ଆମ , କିନ୍ତୁ କୌଣସି ନେତା ମନ୍ତ୍ରୀ ଆମ କଥା ଶୁଣୁ ନାହାନ୍ତି। ସହରମାନଙ୍କରେ ସବୁ ସୁବିଧା କରୁଛି ସରକାର ଆଉ ଆମ ପାଇଁ କିଛି କରୁନାହିଁ।

ବିଜୟା ଭୁଏ(୫୫): ଗୋଟିଏ ନଳକୂଅ ଅଛେ ।ପାଣି ଲାଗି କେତେ ସମୟ ପର୍ଯ୍ୟନ୍ତ ଧାଡ଼ି ବାନ୍ଧିବା କୁ ପଡେ।ସେଇଟା ପୁଣି ବେଳେ ବେଳେ ମଇଳା ପାଣି ବାହାରୁଛି ହେଲେ ଅନ୍ୟ କିଛି ତା ଉପାୟ ନାହିଁ।ତେଣୁ ହଳଦିଆ ମଇଳା ପାଇଁ କୁ ଛାଣିକି ବ୍ୟବହାର କରୁ।ଏଥିପାଇଁ ବେଳେ ବେଳେ ଦେହ ବିଗିଡି ଯାଉଛି ମଧ୍ୟ।ହେଲେ ଆଉ କଣ କରିବୁ କିଛି ସରକାର ଶୁନୁ ନାହାନ୍ତି।

ଯଶୋବନ୍ତି ଭୁଏ(୩୫)….ଅମେକେତେ ଥର ସରପଞ୍ଚ, କୁ କହିସାରିଛୁ ପାଣି ପାଇଁ ବ୍ୟବସ୍ଥା କରିବାକୁ।ସରକାର ସୋଲାର ପ୍ରକଳ୍ପ ରେ ପାଣି ଦେବାର ବ୍ୟବସ୍ଥା କରିବାକୁ କହିଥିଲେ।କିନ୍ତୁ ଠିକାଦାର କାମ କରୁନାହିଁ।କେତେ ମାସ ହେଲାଣି ସିମେଣ୍ଟ ର କିଛି ଗୁଟେ ପିଢ଼ା କରି ଦେଇଛେ।ସେଇଟା କଣ ହେବ କିଛି ଜଣାନାହିଁ।ଆଉ କେତେଦିନ ପରେ ତାହା ପୁରା ହେବ କି ହେବ ନାହିଁ ତାହା ବି କିଛି ଜଣା ନାହିଁ ।

Comments are closed.