ଜିଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ସଭାକକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ବିଡ଼ିଓ ସୂର୍ଯ୍ୟ କୁମାର ନାୟକଙ୍କ ସଂଯୋଜନା କ୍ରମେ ତଥା ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଉପସ୍ଥିତ ରହି ବିଭିନ୍ନ ବିଭାଗରୁ ଆସିଥିବା ସମୁଦାୟ ୧୦୮ ଗୋଟି ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଜିଲାଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମିନା,ସବ କଲେକ୍ଟର ଉତ୍ତମ ବାଗ, ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂ, ସିଡିଏମଓ ମଞ୍ଚାସିନ ରହି ଅଭିଯୋଗ ଶୁଣାଣୀରେ ସହଯୋଗ କରିଥିଲେ।ଏଥିରେ ରାସ୍ତା କଡରୁ ଉଚ୍ଛେଦ ହୋଇଥିବା ଦୋକାନୀ, ଭତ୍ତା, ଆବାସ ଯୋଜନାରେ ଘର,ଶିକ୍ଷକ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବା ଭଳି ଅଭିଯୋଗ ଗୁଡିକ ଆସିଥିଲା।ବାବେବୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟିର ମହିଳା ମାନେ ୯୦ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ୩ଟି ଶିକ୍ଷକ ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ 2 ଜଣ ଶିକ୍ଷକ ଗୋଟିଏ ମାସ ହେଲା ଛୁଟିରେ ରହିଛନ୍ତି ।କେବଳ ଜଣେ ଶିକ୍ଷକରେ ବିଦ୍ୟାଳୟ ରେ ଯେମିତି ପାଠ ପଢା ହେବ , ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି କରନ୍ତୁ ନଚେତ୍ ବିଦ୍ୟାଳୟ ରେ ତାଲା ଝୁଲିବ ବୋଲି ଜିଲ୍ଲାପାଳ ଙ୍କୁ କହିଥିଲେ ।ଜିଲ୍ଲାପାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରାନୀ କୁମ୍ଭାର ଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜହ୍ନା ପଡ଼ା ପଞ୍ଚାୟତ ବରହାମୁଣ୍ଡା ର ସସ୍ମିତା ସାହୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ 3 ଥର ଆବେଦନ ମାଟି ଥିଲେ ହେଁ କିଛି ଫଳପ୍ରଦ ହୋଇପାରି ନଥିବାରୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଏ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଲାଦର ପାଲି ର ସାଧୁ ଗଡତିଆ ଙ୍କ ପୁତ୍ର ଦୀର୍ଘ ୧୦ ବର୍ଷ ହେଲା ଦୃଷ୍ଟିହୀନ ହୋଇ ରହିଛି ।ଏହାର ଦୃଷ୍ଟି ହିନତାର ପ୍ରମାଣ ପତ୍ର ପାଇଁ ସେ ବାର ଦୁଆର ହେଲା ପରେ ସବୁ ଥରେ ନିରାଶ ହୋଇ ଆଜି ବଡ ଆଶା ନେଇ ଜନ ଶୁଣାଣି କୁ ଆସିଥିଲେ ନିଜର ଅନେକ ଆଶା ଓ ଭରସା କୁ ମାରି ଦେଇ ।କିନ୍ତୁ ଆଜି ବି ସେ ନିରାଶ ହୋଇ ଫେରିଥିବା ହନ ପଡ଼ିଛି ।
ଏହି ଅବସରରେ ୩ ଗୋଟି ଟ୍ରାଇସାଇକେଲ,ଗୋଟିଏ ହୁଇଲଚେୟାର, ଗୋଟିଏ ୱକ।ର ପ୍ରଦାନ କରିଥିଲେ।ଜିଲ୍ଲା ଓ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ହୋଇଥିଲେ।ଏବିଡ଼ିଓ ଗିରୀନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

Comments are closed.