କେଜ୍ରିୱାଲଙ୍କ ଗିରଫକୁ ନେଇ ଅଭିନବ ପ୍ରତିବାଦ, ଅତାବିରା  ଆପ ପକ୍ଷରୁ ସାମୁହିକ ଉପବାସ

ରେଙ୍ଗାଲିକ୍ୟାମ୍ପ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ତଥା ଦେଶରେ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଅତାବିରା ଆମ ଆଦମୀ ପାର୍ଟି  ଏକତ୍ରିତ ହୋଇ ଅତାବିରା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସାମୁହିକ ଉପବାସ କରି ପ୍ରତିବାଦ ଜଣାଇଛନ୍ତି। ଅତାବିରା ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ଛୁରିଆଙ୍କ ନେତୃତ୍ୱରେ ତଥା ରାଜ୍ୟ ସମ୍ପାଦକ ଅମିତା ପାତ୍ରଙ୍କ ପରିଚାଳନାରେ  ପ୍ରତିବାଦ  କରିଥିଲେ।
ବିଜୁଳି, ଜାଳେଣି ଗ୍ୟାସ, ଡିଜେଲ, ପେଟ୍ରୋଲର ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷାକୁ ନେଇ ସୂଚିତ କରିଥିଲେ। ଏନଏସି ସଭାପତି ସାମନ୍ତ ଭୁଏ, ପ୍ରଭାରୀ ମୁଖ୍ୟ ନରୋତ୍ତମ ପଣ୍ଡା, ବ୍ଳକ ସଭାପତି ଯଦୁମଣି ପ୍ରଧାନ, ସୂର୍ଯ୍ୟ ନାରାୟଣ ଭୋଇ, ଗୌତମ ମହାନନ୍ଦ, ସୁବଳ କହାରା,ଗଜିନ୍ଦ୍ର ବାଗ, ସୁରଜିତ ସାଗର, ଆଦିତ୍ୟ ପେରା, ଦେବେନ୍ଦ୍ର ଗଡ଼ଡିଆ,ଭରତ ମହାନନ୍ଦ, ସୁବଳ ପ୍ରଧାନ, ଜୟରାମ ମହାନନ୍ଦ ପ୍ରମୁଖ କର୍ମୀମାନେ ସାମିଲ ହୋଇଥିଲେ।

Comments are closed.