BJD Bijuli 480×75 Mob

୪ଦିନ ପରେ ଚାରମାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

BJD Bijuli 480×75 Mob

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ତଳି ଟାମ୍ପରସରାରେ ମଙ୍ଗଳବାର ଜଣେ ଯୁବକଙ୍କ  ମୃତଦେହକୁ ଅତାବିରା ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଚାରିଦିନ ହେଲା ଚାରମାଳ ଅଞ୍ଚଳରୁ ନିଖୋଜ ଥିବା ଶିବ ଭୁଏ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ଯୁବକ ଜଣକ ଦୁଇ ତିନି ଦିନ ହେଲା ଆସି ତଳି ଟାମ୍ପରସରା ଗ୍ରାମରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମରେ ଥିବା ଓଭର ହେଡ୍ ପାଣି ଟାଙ୍କି ପାଖରେ ଥିବା ଏକ ପରିତ୍ୟକ୍ତ କୋଠରୀର ବାହାର ପାହାଚରେ ସେ ଶୋଉଥିଲେ। ଦୟା ପୂର୍ବକ କିଏ କିଛି ଦେଲେ ଖାଉଥିଲେ, ଅନ୍ୟଥା ଭୋକରେ ରହୁଥିଲେ। ଭାବ ଭଙ୍ଗିରୁ ସେ ମାନସିକ ବିକାରଗ୍ରସ୍ତ ଜଣା ପଡ଼ୁଥିଲେ। ଗତକାଲି ରାତି ପର୍ଯ୍ୟନ୍ତ ସେ ସେହିଭଳି ଚଲାବୁଲା କରିବା ଲୋକେ ଦେଖିଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ପଡ଼ି ଚାରିଆଡ଼େ ମାଛି ଭଣ ଭଣ କରୁଥିବା ଗ୍ରାମବାସୀ ଦେଖି ଅତାବିରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସମ୍ବଲପୁର ବୈଜ୍ଞାନିକ ଅନୁସନ୍ଧାନ ଦଳଙ୍କୁ ଖବର ଦେଇଥିଲେ। କିନ୍ତୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆସି ନଥିଲେ। ପରେ ଏହି ଅନୁସନ୍ଧାନ ଦଳ ପହଞ୍ଚିବା ପରେ ଅତାବିରା ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରି ବରଗଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ପ୍ରକାଶ ଥାଉ କି, ଚାରିଦିନ ତଳେ ଚାରମାଳ ଥାନାରେ ଜଣେ ଯୁବକ ନିଖୋଜ ଥିବାର ତାଙ୍କ ପିତାମାତା ଅଭିଯୋଗ କରିଥିଲେ। ଆଜି ଏହି ଯୁବକଙ୍କ ମୃତ୍ୟୁ ପରେ ଅଭିଯୋଗ କରିଥିବା ପରିବାରଙ୍କୁ ଡକାଯାଇଥିଲା। ସେମାନେ ମୃତଦେହ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.