କିଶୋରୀଙ୍କ ସୁରକ୍ଷା ତାଲିମ ଓ ପ୍ରତିଭା ଅନ୍ୱେଷଣ

ରେଙ୍ଗାଲକେମ୍ପ୍:ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନସ୍ଥ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆଜି ‘କିଶୋରୀ ଦିବସ’ ପାଳିତ ହୋଇଯାଇଛି। ଆଜିର କିଶୋରୀ ବାଳିକାଟିଏ ଭବିଷ୍ୟତରେ ଜଣେ ନାରୀ, ଯେଉଁ ନାରୀ ଜନ୍ମ ଦିଏ ସମାଜର ନାଗରିକକୁ। ତେଣୁ କିଶୋରୀମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପରବର୍ତ୍ତୀ ସମୟରେ ଏକ ଉନ୍ନତ ଶିଶୁକୁ ଜନ୍ମ ଦେବାର କ୍ଷମତା ହାସଲ କରେ, ଯାହା ଦ୍ୱାରା ଏକ ସୁସ୍ଥ ସମାଜର ମଧ୍ୟ ପରିକଳ୍ପନା କରାଯାଇପାରେ। ଏହି ମହାନ୍ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି କିଶୋରୀ ମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ପ୍ରତି ବିଶେଷ ଧ୍ୟାନ ରଖାଯିବା ଆବଶ୍ୟକ। ତେଣୁ ଆଜି ଅତାବିରା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ଉଦେପୁର ଅଙ୍ଗନୱାଡି କେନ୍ଦ୍ର ୧ ଓ ୨ରେ କିଶୋରୀ ମାନଙ୍କୁ ସେମାନଙ୍କ ସୁରକ୍ଷା, ସାମାଜିକ ଓ ମାନସିକ ବିକାଶ, ଲିଙ୍ଗଗତ ଭେଦଭାବ, ଲିଙ୍ଗ ଭିତ୍ତିକ ଚିକ୍ତସା, ଯୌନ ସ୍ବାସ୍ଥ୍ୟ, ଯୌନ ସଂପର୍କ, କିଶୋର ପ୍ରଜନନ, ବ୍ୟକ୍ତିଗତ ସ୍ବଚ୍ଛତା, କୋଭିଦ୧୯ ପ୍ରତି ସତର୍କତା ଆଦି ଉପରେ ତାଲିମ ଦିଆଯାଇଥିଲା। ଏହା ବ୍ୟତୀତ ସଂକ୍ରାମକ ରୋଗ , ଭୂତାଣୁ ସଂକ୍ରମଣର ମାଧ୍ୟମ, ପ୍ରଜନନ ଜନିତ ସଂକ୍ରମଣ ତଥା କିଶୋରୀମାନଙ୍କ ଅଧିକାର ଉପରେ ମଧ୍ୟ ତାଲିମ ଦିଆଯାଇଥିଲା। ଏହି ଅବସରରେ ସେଇ କିଶୋରୀମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅ​ନ୍ବେଷଣ କରିବା ପାଇଁ ସେମାନଙ୍କ ମଧ୍ୟରେ ନାଚ ଗୀତ ଆଦି କରାଯାଇ ଏକ ମନୋରଞ୍ଜନ ପୂର୍ଣ୍ଣ ପରିବେଶ ସୃଷ୍ଟି କରାଯାଇଥିଲା। ଏହି ସବୁ ବିଷୟ ପ୍ରତି ବିଶେଷ ଯତ୍ନବାନ ହେବାପାଇଁ ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରାଯାଇଥିଲା। ଉଭୟ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରୀନା ଦନ୍ତା ଓ ଜୋସ୍ନାମୟୀ ଛୁରିଆ ଏବଂ ସହାୟିକା ସ୍ନେହଲତା ଝାଙ୍କର ଓ ଶାନ୍ତି ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

kalyan agarbati

Comments are closed.