www.samajalive.in
Tuesday, November 18, 2025
27.1 C
Bhubaneswar

୫ ବର୍ଷ ବିତିଲା: କେବେ ସମ୍ପୂର୍ଣ ହେବ ରେଙ୍ଗାଲୋଇ ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଓ ଭିଏଲଡବ୍ଳୁ କ୍ୱାର୍ଟର

ରେଙ୍ଗାଲି: ସରକାର ପ୍ରତି ପଞ୍ଚାୟତ ରେ ଜନ ସାଧାରଣଙ୍କ ସୁବିଧା ତଥା ଗୋଷ୍ଠି କଲ୍ୟାଣ ସକାଶେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅର୍ଥ କମିଶନ ରୁ ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ ରେ ଶିଥିଳତା ଯୋଗୁଁ ଏହି ଯୋଜନା ବିଳମ୍ବିତ ହେବାରେ ଲାଗିଛି। ରେଙ୍ଗାଲି ବ୍ଳକ୍ ର ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖ ରେ ଗତ ୪/୫ ବର୍ଷ ହେଲା ଅଧାପନ୍ତରିଆ ରେ ପଡିଥିବା କଲ୍ୟାଣ ମଣ୍ଡପ ଏହାର ଝ୍ୱଳନ୍ତ ଉଦାହରଣ ଅଟେ। ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୦୧୬/୧୭ ଅର୍ଥିକ ବର୍ଷ ରେ ୫ଲକ୍ଷ ଏବଂ ୨୦୧୭/୧୮ଆଅିର୍କ ବର୍ଷ ରେ ୫ଲକ୍ଷ ମୋଟ ୧୦ ଲକ୍ଷ ଟଙ୍କା ଚତୁର୍ଦ୍ଦଶ ର୍ଥ କମିଶନ ରୁ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲା। କାମ ଅସମ୍ପୁର୍ଣ ରହିବାରୁ ପୁଣି ପରବର୍ତ୍ତି ଆର୍ଥିକ ବର୍ଷ ରେ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ଏହି ଟଙ୍କା ର ବିନିଯୋଗ କରି କାମ ସମ୍ପୂର୍ଣ କରଯାଉ ନାହିଁ । ଫଳ ରେ ଅସମ୍ପୁର୍ଣ କଲ୍ୟାଣ ମଣ୍ଡପ ବାରବୁଲା ଗାଈ ଗୋରୁ ଏବଂ ବିଭିନ୍ନ ଅସାମାଜିକ ତତ୍ତ୍ୱ ମାନଙ୍କ ଆଡ୍ଟା ସ୍ଥଳି ପାଳଟିଛି।

କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ରେ ପଡିଥିବା ବେଳେ ଏହାର ଅନତି ଦୂରତା ରେ ୨୦୧୮/୧୯ ଆର୍ଥିକ ବର୍ଷ ରେ ୬ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ଆରମ୍ଭ ହୋଇଥିବା ଭିଏଲଡବ୍ଳୁ କ୍ୱାର୍ଟର ମଧ୍ୟ ଅସମ୍ପୁର୍ଣ ଅବସ୍ଥା ରେ ପଡିରହିଛି। କଲ୍ୟାଣ ମଣ୍ଡପ ଏବଂ ଭିଏଲଡବ୍ଳୁ କ୍ୱାର୍ଟର ନିର୍ମାଣ କାମ କେବେ ସମ୍ପୂର୍ଣ ହେବ ବୋଲି ଜନ ସାଧାରଣରେ ପ୍ରଶ୍ନ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉଭୟ ଉନ୍ନୟନ ପ୍ରକଳ୍ପକୁ ସମ୍ପୂର୍ଣ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories