ରେଙ୍ଗାଲିରେ ଦ୍ରୁତଗାମୀ ଟ୍ରେନ୍ ରହଣି ପାଇଁ ଦାବିପତ୍ର ପ୍ରଦାନ
ରେଙ୍ଗାଲି: ରେଙ୍ଗାଲି ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି କରି ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଡିଆରଏମଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଉପରୋକ୍ତ ଦୁଇଟି ଯାକ ଟ୍ରେନ୍ ରେଙ୍ଗାଲି ଷ୍ଟେସନରେ କରୋନା ପୂର୍ବରୁ ରହଣି କରୁଥିଲା। ତେବେ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଷ୍ଟପେଜ୍ ବାତିଲ କରିଦିଆଗଲା। ତେବେ କରୋନା କଟକଣା କେବେ ଠାରୁ ହଟିଗଲା ପରେ ବି ଉପରୋକ୍ତ ଟ୍ରେନ୍ ରେଙ୍ଗାଲିରେ ରହଣୀ କରୁନାହିଁ। ଫଳରେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସମ୍ବଲପୁର ଜିଲାର ରେଙ୍ଗାଲି ଏକ ପ୍ରମୁଖ ରେଳ ଷ୍ଟେସନ ହୋଇଥିବାରୁ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ ଏଠାରେ ରହଣି କରୁଥିବା ବେଳେ ସଲେଶ୍ୱରୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ୍ ରହଣି କରୁନାହିଁ ବୋଲି ବାଗରିକ କମିଟି କ୍ଷୋଭ ପ୍ରକାଶ କରି ରେଳଯାତ୍ରୀ ମାନଙ୍କ ବୃହତ୍ତର ସୁବିଧା ପାଇଂ ରେଙ୍ଗାଲି ରେ ସଲେଶ୍ୱରୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ବ୍ୟବସ୍ଥା କରିବାକୁ ଆଜି ପରୋିଷଦ ର ଏକ ପ୍ରତିନିଧି ଦଳ ରେଙ୍ଗାଲି ଷ୍ଟେସନ ସୁପରିଟେଣ୍ଡଟେଣ୍ଟ କୁ ସାକ୍ଷାତ କରି ଡିଆର୍ଏମ୍ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ରେ ବରିଷ୍ଠ ନାଗରିକ ପରିଷଦ ର ସବାପତି ଦୁର୍ଯୋଧନ ଗର୍ଡିଆ, ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ବସନ୍ତ କୁମାର ନାଏକ, ବିନୋଦବିହାରୀ ନନ୍ଦ,ପିବାସ ତଣ୍ଡକାର,ସାଲେଗ୍ରାମ ସାହୁ,ଉଦୟଚନ୍ଦ୍ର ସାହୁ, ସଲିମ ଖାନ୍, ବିହାରୀ କୁମୁରା ପ୍ରମୁଖ ସାମିଲ ଥିଲେ।
Comments are closed.