ଅପରିଚିତ ମହିଳାଙ୍କୁ ଉଦ୍ଧାର ଓ ଥଇଥାନ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରିଚୟ’
‘ସମାଜ’ ପ୍ରଭାବ
ରେଙ୍ଗାଲି: ରେଙ୍ଗାଲି ବ୍ଲକ ର ଲଇଡା ବସଷ୍ଟାଣ୍ଡ ଅଞ୍ଚଳ ରେ ଗତ ୧୫ଦିନ ହେଲା ଜନୈକ ଅପରିଚିତ ମହିଲା ଅସହାୟ ଅବସ୍ଥାରେ ବୁଲାଚଲା କରୁଥିବା ସଂକ୍ରାନ୍ତରେ ଗତ ୧୪ରେ ‘ସମାଜ ଲାଇଭ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପଢି ହିରାକୁଦର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରିଚୟ’ର ପ୍ରତିଷ୍ଠାତା ବିପିନବିହାରୀ ପଣ୍ଡା, ଅନୀଲ ଦେହୁରୀ, ଚୈତନ୍ୟ ନାଏକ ଆଜି ଲଇଡା ବସଷ୍ଟାଣ୍ଡକୁ ପହଞ୍ଚି ଅସହାୟ ଅବସ୍ଥାରେ ଥିବା ଅପରିଚିତ ମହିଳାଙ୍କୁ ଉଦ୍ଧାର କରି ଝାରସୁଗୁଡାର ‘ମିଶନ୍ ଆଶ୍ରା’ ସଂସ୍ଥାରେ ଥଇଥାନ କରାଇଛନ୍ତି।
ମହିଳାଙ୍କୁ ଉଦ୍ଧାର କରିବାରେ ରେଙ୍ଗାଲି ବ୍ଲକ ସମାଜ ପ୍ରତିନିଧି ହରିହର ନାଥ, ଲଇଡା ପୂଜ୍ୟପୂଜା ସଂସଦର ସଭାପତି ସରୋଜ ପୂଜାରୀ, ସିପିଆଇ ଲଇଡା ଜୋନ୍ ସମ୍ପାଦକ ଦିଲ୍ଲୀପ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧାର କରାଯାଇ ଥିବା ମହିଳାଙ୍କ ଅତି ସାମାନ୍ୟ ଧରଣର ମାନସିକ ବିକୃତି ଥିବାରୁ ତାଙ୍କର ଚିକିତ୍ସା କରାଯାଇ ସୁସ୍ଥ ହେଲା ପରେ ତାଙ୍କ ପରିବାରବର୍ଗଙ୍କ ପାଖକୁ ପହଞ୍ଚାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପରିଚୟ ଅନୁଷ୍ଠାନର ପ୍ରତିଷ୍ଠାତା ବିପିନବିହାରୀ ପଣ୍ଡା କହିଛନ୍ତି। ପରିଚୟ ଅନୁଷ୍ଠାନର ଏଭଳି ସମାଜସେବା କାର୍ଯ୍ୟକୁ ସଚେତନ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
Comments are closed.