କୁଆପଥର ମାଡ଼ରେ ଉଜୁଡିଲା ଫସଲ, କ୍ଷୟକ୍ଷତି ଆକଳନ ପାଇଁ ପରିଦର୍ଶନରେ ଯାଇଥିବା ଅଧିକାରୀଙ୍କୁ ଘେରିଲେ ଚାଷୀ ସଂଗଠନ

ରେଙ୍ଗାଲିକେମ୍ପ : କାଳବୈଶାଖୀର କୁଆପଥ ମାଡ଼ରେ ଉଜୁଡ଼ି ଯାଇଛି ଚାଷୀଙ୍କ ସୁନାର ଫସଲ। ଚଳିତ ରବି ଫସଲରେ ଅତାବିରା ଅଞ୍ଚଳର ପ୍ରାୟ ସମସ୍ତ ଚାଷୀଙ୍କ ଧାନ ଫସଲରେ କେଣ୍ଡା ମଥା ନୁଆଉଛି। ଏହି ସମୟରେ ଗତକାଲି କୁଆପଥର ମାଡ଼ରେ କେଣ୍ଡାରୁ ସବୁ ଧାନ ଝଡିଯାଇ କେଣ୍ଡାଗୁଡ଼ିକ ଫଳ ଶୂନ୍ୟ ହୋଇ ଯାଉଛି । ନିଜର ସମସ୍ତ ପୁଞ୍ଜି ଓ ଶ୍ରମ ବିନିଯୋଗ କରି ଚାଷୀମାନେ କରି ଥିବା ଏହି ରବି ଫସଲ ଉପରେ ଅନେକ ଆଶା ବାନ୍ଧିଥିଲେ। କିନ୍ତୁ ସବୁ କିଛି ଉଜାଡି ଦେଇଗଲା କାଳବୈଶାଖୀ। ଏହି କ୍ଷୟ କ୍ଷତି ପରିଦର୍ଶନ ପାଇଁ ଆଜି ଲସ୍ତଲା ଗ୍ରାମରେ ପହଞ୍ଚିଥିଲେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସସ୍ମିତା ଭୋଇ ଓ ଭିଏ ଡବ୍ଲ୍ୟୁ ନୀଲମ ଅଗ୍ରୱାଲ। ଏହି ଗ୍ରାମର ଅମୂଲ୍ୟ ସାହୁ ତଥା ପ୍ରାୟ ଚାଷୀମାନଙ୍କ ସବୁଠାରୁ ଅଧିକ କ୍ଷତି ହୋଇଥିବା ଜଣାପଡ଼ିଛି। ଏହି ଖବର ପାଇ ଅତାବିରା ଚାଷୀ ସଂଗଠନ ପହଞ୍ଚି ଚାଷୀଙ୍କ କ୍ଷୟକ୍ଷତିର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ଲସ୍ତଲା ମୌଜାର ଶତକଡା ୮୫ ଭାଗ ଧାନ ଫସଲ ସହ ୪୦ ପ୍ରତିଶତ ପନିପରିବା ଫସଲ ମଧ୍ୟ ମଧ୍ୟ ନଷ୍ଟ ହୋଇଥିବା ସଂଗଠନ ପକ୍ଷରୁ ଦର୍ଶାଇଥିଲା। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ ସଂଘ ଦାବି କରିଥିଲା ।ଯଦି ଚାଷୀଙ୍କୁ ଉଚିତ୍ କ୍ଷତି ପୂରଣ ଦିଆ ନ ଯାଏ, ତେବେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଗଠନର ସଭାପତି ୟୁନିସ୍ ଖାନ୍, ସମ୍ପାଦକ ରମଣୀ ଦନ୍ତା, ରବୀନ୍ଦ୍ର ବିଶି, ସାମନ୍ତ ସାହୁ, ଦିଲୁ ସାହୁ, ଦୀନବନ୍ଧୁ ପ୍ରଧାନ, ଅରୁଣ ପ୍ରଧାନ, କୁନୁ ଗଡତିଆ, ସୁଧୀର ନାଏକ ତଥା ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହି ଦାବି କରିଥିଲେ।

kalyan agarbati

Comments are closed.