ଲଇଡାରେ ସମଲେଶ୍ୱରୀ ଦେବୀଙ୍କ ଷୋହଳ ଖଣ୍ଡା ସ୍ଥାପନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ଲଇଡା ଗ୍ରାମ ର ଅଧୀଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ପୀଠରେ ଆସନ୍ତା ୯ତାରିଖ ରବିବାର ଦିନ ହେବାକୁ ଥିବା ପ୍ରସିଦ୍ଧ ବଳିଯାତ୍ରାର ପୂଜା ନିର୍ଘଣ୍ଟ ଅନୁସାରେ ଆଜି ଅଷ୍ଟମୀ ପୂଜା ବିଧିମତେ ସମ୍ପନ୍ନ କରଯାଇଛି। ଅଷ୍ଟମୀ ପୂଜା ଉପଲକ୍ଷେ ଦେବୀଙ୍କୁ ବିଭିନ୍ନ ଅଳଙ୍କାର ଏବଂ ବେଶଭୂଷଣରେ ସୁସଜ୍ଜିତ କରାଯାଇ ଶାକ୍ତ ବିଧି ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଦେବୀ ସମଲେଶ୍ୱରୀଙ୍କ ଆୟୁଧ ଖଣ୍ଡା ଧୁଆ ହୋଇ ଷୋହଳ ଖଣ୍ଡା ସ୍ଥାପନ କରାଯାଇଥିଲା। ସନ୍ଧ୍ୟାରେ ସମଲେଶ୍ୱରୀଙ୍କ ପୀଠରେ ଭାଇଜିଉଁନ୍ତିଆ ପୂଜା ଏବଂ ଓଷା ବିଧି ଅନୁସାରେ ପାଳିତ ହୋଇଥିଲା। ଅଷ୍ଟମୀ ପୂଜା, ଷୋହଳ ଖଣ୍ଡା ସ୍ଥାପନ, ଭାଇଜିଉଁନ୍ତିଆ ପୂଜା ଅବସରରେ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା।

Comments are closed.