ଲଇଡା କପ୍ କ୍ରିକେଟ୍ ଟୁର୍ଣାମେଣ୍ଟ ; ଲଇଡା ଏକ୍ସପ୍ରେସ ଚାମ୍ପିଅନ୍

ରେଙ୍ଗାଲି: ଲଇଡା ସ୍ଥିତ ଜଗନ୍ନାଥ ଖେଳ ପଡିଆରେ ଗତ ୯ତାରିଖରୁ ଚାଲିଥିବା ଷଷ୍ଠ ଲଇଡା କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲରେ ଲଇଡା ଏକ୍ସପ୍ରେସ୍ ଦଳ କ.ପରମାନପୁର ଦଳକୁ ପରାସ୍ତ କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ଅୟୋଜିତ ଟ୍ରଫି ପ୍ରଦାନ ଉତ୍ସବରେ ରେଙ୍ଗାଲି ବ୍ଳକର ନବନିର୍ବାଚିତ ବ୍ଳକ୍ ଅଧ୍ୟକ୍ଷ ସତ୍ୟନରାୟଣ ଅଗ୍ରଓାଲା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଜେତା ଦଳକୁ ପିଣ୍ଟୁ ଅଗ୍ରଓାଲାଙ୍କ ଦ୍ୱାରା ସଙ୍ଗିତା ଦେବି ଅଗ୍ରଓାଲା ମେମୋରିଆଲ୍ ଚାମ୍ପିଅନ୍ ଟ୍ରଫି ସହ ୧୫ ହଜାର ଏବଂ ରନର୍ସ ଅପ୍ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ୨୧ ବଲରୁ ୬୪ ରନ୍ କରିଥିବା ଲଇଡା ଏକ୍ସପ୍ରେସ୍ ଦଳର ପିଣ୍ଟୁ ସାହୁଙ୍କୁ କାହ୍ନା ଅଗ୍ରଓାଲାଙ୍କ ଦ୍ୱାରା ପ୍ରଦତ୍ତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସତ୍ୟନାରାୟଣ ଅଗ୍ରଓାଲାଙ୍କ ଦ୍ୱାରା ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବରେ ବିଜେଡି ନେତା ଏମ୍.ବି.ସତ୍ୟେନ୍,ଜିଲା ପରିଷଦ ସଭ୍ୟ ଦେନାରାୟଣ ତିଓାରି, ଶୋଷିତ ନାଏକ,ରାଜେଶ ପୃଷ୍ଟି, ନିର୍ମଳ ନାଏକ, ଅବନୀ ରଞ୍ଜନ କର, ଟିଙ୍କୁ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଦୀପକ ପଟେଲ ଏବଂ ହରେକୃଷ୍ଣ ପଟେଲ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ। ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଲୋଚନ ପୃଷ୍ଠେ ଏହି ଟୁର୍ଣ୍ଣାମେଣ୍ଟରେ ଚୌକା ଏବଂ ଛକା ମାରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ ଅଲ୍ଲି ସ୍କୋରର୍ ଦାୟିତ୍ୱ ତୁଲାଇଥିବା ବେଳେ ସନତାନ ଚୌଧୁରୀ ଏବଂ ଅଞ୍ଜନ ପଟେଲ ପ୍ରମୁଖ ସହଯୋଗ କରିଥିଲେ।

Comments are closed.