ଛାତ୍ରୀ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ସହାୟତା ରାଶି ପାଇଁ ରାସ୍ତାରୋକ
ରେଢ଼ାଖୋଲ: ରେଢ଼ାଖୋଲ ଥାନା ଲୁହପଙ୍କ ପଞ୍ଚାୟତର ଝରଣାପଦା ଗ୍ରାମର ୮ ବର୍ଷର ଶିଶୁ ତୁଳସୀ ବେହେରା ସବୁଦିନ ଭଳି ରାଜପଥରେ ଚାର ଓ କେନ୍ଦୁ କୋଳି ବିକ୍ରି କରିବା ପାଇଁ ଆସିଥିଲେ। ଆଜି ଏକ ବୋଝେି ଟ୍ରକ ଧକ୍କା ଦେବାରୁ କୋଳି ବିକ୍ରି କରୁଥିବା ତୁଳସୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଗ୍ରାମବାସୀ ଓ ତାଙ୍କ ପରିବାର ସଦସ୍ୟ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଓ ଜନସାଧାରଣ ରାସ୍ତାରୋକ କରିଥିଲେ । ରାସ୍ତାରୋକର ଖବର ପାଇ ରେଢ଼ାଖୋଲ ଏସଠିପିଓ ପ୍ରଶାନ୍ତ ମେହେର ଓ ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଗ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା। ଲୁହାପଙ୍କ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ୩ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ଏକ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି। ବ୍ୟବଛେଦ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।
Comments are closed.