କେନ୍ଦୁପତ୍ର ଚୋରାଚାଣ ଅଭିଯୋଗରେ ୨ ଗିରଫ, ମିନି ଟ୍ରକ ଜବତ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆ ମାନେ ସକ୍ରିୟ ହୋଇପଡିଛନ୍ତି। ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ପରେ ବଡ ଗାଡିରେ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ରବିବାର ଚାରମାଳ ରେଞ୍ଚ ଅଞ୍ଚଳରୁ ଚୋରାରେ କେନ୍ଦୁପତ୍ର ଏକ ମିନି ଟ୍ରକରେ ଚାଲାଣ ହେଉଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ କୁଇଲିପଦର ଗାଁ ନିକଟରେ ଚଢାଉ କରିଥିଲେ। କେନ୍ଦୁପତ୍ର ବୋଝେଇ ମିନିଟ୍ରକକୁ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲା ଦେବ୍ରା ଥାନା ସାତରୁଖି ଗ୍ରାମର ବିକାଶ ଦେ ଓ ଭଗବାନ ବସନ ଗ୍ରାମର ସଂଜୟ ମୁର୍ମୁ((୩୦)। ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡି ସହିତ ସେଥିରେ ଥିବା ୨୦୬ ବିଡା କେନ୍ଦୁପତ୍ର ଜବତ କରିଥିଲେ।

prayash

ରବିବାର ଭୋରରୁ କୋଇଲିପଦର ଅଞ୍ଚଳରୁ ଏକ ମିନିଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ ଚୋରାରେ ଚାଲାଣ ହେଉଥିବା ଖବର ବନ ବିଭାଗ ପାଇଥିଲା। ଏସିଏଫ ଦେବୀ ପ୍ରସାଦ ରାଉତଙ୍କ ନେତୃତତ୍ୱରେ ବଂଶାଜାଲ ଫରେଷ୍ଟର ବିଜୟ ବିଶ୍ୱାଳ, ଚାରମାଳ ଫରେଷ୍ଟର ପ୍ରବୀଣ ସାହୁଙ୍କ ସମେତ ଅନ୍ୟ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ।

kalyan agarbati

Comments are closed.