ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ, ଗଞ୍ଜାମକୁ ଲାଲ ସତର୍କତା

ଗୋପାଳପୁର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ ଚାପ ଗଭୀର  ଅବପାତର ରୂପ  ନେବା ସହ ଶନିବାର ରାତ୍ର ସୁଦ୍ଧା ବାତ୍ୟା ରୂପ ଧାରଣ କରିବ ବୋଲି ଜଣାପଡିଛି। ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗ ପାଟନମ୍ ଠାରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁଁ ଗଞ୍ଜାମକୁ ଲାଲ ସତର୍କତା (ରେଡ୍ ୱାର୍ଣିଂ) ଦିଆଯାଇଥିବା ବେଳେ ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ ଦିଆଯାଇଛି ।
prayash
ଆସନ୍ତା କାଲି ରବିବାର ସଂଧ୍ୟା ସୁଦ୍ଧା ଗୋପାଳପୁର ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି  ୭୫ ରୁ ୮୫ ରହିବା ସହ ଝଟକା ପବନ ୯୫ ପର୍ଯ୍ୟନ୍ତ  ରହିବ ବୋଲି ଅନୁମାନ କରାଯାଇଛି । ସେହି ସମୟରେ ସମୁଦ୍ର ଜୁଆର ତଳି ଅଞ୍ଚଳରେ ୦ .୫ ଉପରକୁ ଆସିପାରେ ବୋଲି ସୂଚନା ମିଳିଛି । ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଗୋପାଳପୁର ଠାରୁ   ପୂର୍ବ  ଦକ୍ଷିଣ ପୂର୍ବ ଦିଗରେ ୪୧୦  କିମି ଦୂରରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ବେଳାଭୂମି ବାରଣ କରାଯାଇଛି। ତେଣୁ ଏନଏସି ପକ୍ଷରୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ, ଶିଶୁ ମନ୍ଦିର ଏବଂ ଏନ୍ଏସି କାର୍ଯ୍ୟାଳୟ କୁ ସଫସୁତରା କରାଯିବା ସହ ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା, ଶୁଖିଲା ଓ ରନ୍ଧ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ଛୁଟି ବାତିଲ କରାଯିବା ସହ ସମସ୍ତ ଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍ କହିଛନ୍ତି। ରବିବାର ଓ ସୋମବାର ଗୋପାଳପୁର ବେଳାଭୁମି କୁ ବାରଣ କରାଯିବା ସହ କଡା ପହିତରା ଦିଆଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।
kalyan agarbati

Comments are closed.