www.samajalive.in
Tuesday, December 9, 2025
16.1 C
Bhubaneswar

୧୯ରେ ରାଜ୍ୟବ୍ୟାପୀ ପାଳନ ହେବ ‘ପଢିବା ଦିବସ’

ଭୁବନେଶ୍ବର : ନୀତି ଆୟୋଗ ପକ୍ଷରୁ ୧୯ ଜୁନ୍‌କୁ ପଢିବା ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଦିନକୁ ସବୁ ଜିଲାରେ ପାଳନ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସବୁ ଜିଲାପାଳଙ୍କୁ ଅବଗତ କରାଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଚିଠି ଲେଖି ଅବଗତ କରିଛନ୍ତି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାକୁ ଅନ୍‌ଲାଇନ୍‌ରେ ପାଳନ କରାଯିବ । ଓସେପା ଅଧିନରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ। ଛାତ୍ରଛାତ୍ରୀଙ୍କୁ ପାଠପଢିବା ଅଭ୍ୟାସ ବଢାଇବା ସହ ସେମାନଙ୍କୁ ସଚେତନ କରିବାକୁ ଏହି ଦିବସ ପାଳନ କରାଯାଇଛି। ବିଦ୍ୟାର୍ଥୀଙ୍କ ଭିତରେ ଥିବା ଦକ୍ଷତାକୁ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରୋତ୍ସାହିତ କରାଯିବ । କାହାଣୀ କହିବା, କବିତା ପାଠ, କୁଇଜ୍ ଓ ଚିତ୍ରାଙ୍କନ ଭଳି ବିଭିନ୍ନ କାର୍ଯ୍ୟ ଛାତ୍ରଛାତ୍ରୀ କରି ଶିକ୍ଷାନୁଷ୍ଠାନକୁ ଅନ୍‌ଲାଇନ୍‌ରେ ପ୍ରଦାନ କରିବେ।
ରାଜ୍ୟରେ ଚାଲିଥିବା ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପାଠପଢା ଦିବସ ଓ ସପ୍ତାହର ତାତ୍ପର୍ଯ୍ୟ ସମ୍ବନ୍ଧରେ ଅବଗତ କରିବେ। ଆସନ୍ତା‌ ୧୯ ତାରିଖରେ ବିଦ୍ୟାର୍ଥୀ ନିଜ ଘରେ ରହି ଏହି ପ୍ରତିଯୋଗିତାରେ ଭାଗ ନେବେ। ପୂର୍ବାହ୍ନ ୧୦ ଟାରୁ ୧୧ ଟା ମଧ୍ୟରେ ୧ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଉକ୍ତ ପ୍ରତିଯୋଗିତାରେ ଭାଗ ନେଇ ବିଦ୍ୟାର୍ଥୀ ସେମାନଙ୍କର କଳାକୁ ହ୍ବାଟ୍ସଆପ୍‌ ଜରିଆରେ ପ୍ରଦାନ କରିବେ। ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତିଭା ଜାତୀୟ ସ୍ତରକୁ ପଠାଯିବ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଶ୍ରୀ ପୁନିଆ କହିଛନ୍ତି କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ବିଦ୍ୟାର୍ଥୀ ସେମାନଙ୍କ ଘରେ ରହି ନିଜ ପ୍ରତିଭାକୁ ଉପସ୍ଥାପିତ କରିପାରିବେ। ବିଦ୍ୟାର୍ଥୀଙ୍କ ପଢିବା ଅଭ୍ୟାସ ବଢାଇବା ଓ ସଚେତନତା ସୃଷ୍ଟି କରିବାକୁ ଏଭଳି ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories