www.samajalive.in
Monday, December 8, 2025
14.1 C
Bhubaneswar

ରେପୋ ରେଟ୍‌ କମାଇଲା ରିଜର୍ଭ ବ୍ୟାଙ୍କ, ୩୫ ବେସିସ୍‌ ପଏଣ୍ଟ ହ୍ରାସ ପାଇ ୫.୪୦% ହେଲା

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି। ଆରବିଆଇର ମୁଦ୍ରା ନୀତି କମିଟି(ଏମପିସି) ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଫଳରେ ପୂର୍ବରୁ ଥିବା ରେପୋ ରେଟ୍‌ ୫.୭୫%ରୁ ହ୍ରାସପାଇ ୫.୪୦%ରେ ପହଞ୍ଚିଛି। ଏହାଦ୍ବାରା ଦେଶର ଜନସାଧାରଣ ବିଶେଷ ଉପକୃତ ହେବେ।

ରେପୋ ରେଟ୍‌ କମ୍‌ ହେବା ପରେ ବ୍ୟାଙ୍କଗୁଡ଼ିକ ଉପରେ ଗୃହ ଏବଂ ମୋଟରଯାନ ଋଣରେ ସୁଧ ହାର କମ୍‌ କରିବା ଲାଗି ଚାପ ପଡ଼ିବ। ଆରବିଆଇ ତରଫରୁ ରିଭର୍ସ ରେପୋ ରେଟ୍‌ ବି ହ୍ରାସ କରାଯାଇଛି। ରିଭର୍ସ ରେପୋ ରେଟ୍‌ କମାଯାଇ ୫.୧୫% କରାଯାଇଛି। ପୂର୍ବରୁ ଏହା ୫.୫୦% ରହିଥିଲା। ରିଭର୍ସ ରେପୋ ରେଟ୍‌ ଅନୁସାରେ ବ୍ୟାଙ୍କଗୁଡ଼ିକ ଆରବିଆଇରେ ଜମା କରୁଥିବା ଅର୍ଥରାଶି ଉପରେ ସୁଧ ପାଇଥାନ୍ତି।

- Advertisement -

ଆରବିଆଇର ୬ ଦସଦ୍ୟ ବିଶିଷ୍ଟ ଏମପିସିର ୨ ଜଣ ସଦସ୍ୟ ଚେତନ ଘଟେ ଏବଂ ପାମୀ ଦୁଆ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ ହ୍ରାସ ନିଷ୍ପତ୍ତିରେ ଅସହମତ ଥିଲେ। ସେମାନେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାକୁ ଚାହୁଁଥିଲେ। କିନ୍ତୁ ଅନ୍ୟ ୪ ସଦସ୍ୟ ରବୀନ୍ଦ୍ର ଢୋଲକିୟା, ଦେବବ୍ରତ ପାତ୍ର, ବିଭୂପ୍ରସାଦ ଏବଂ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ସମର୍ଥନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories