ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ରାୟଗଡ଼ା : ରାୟଗଡ଼ା ସହର ରୟତ କଲୋନୀରେ ପ୍ରେମୀଯୁଗଳ ବିଷପିଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ରାୟଗଡ଼ା ରୟତ କଲୋନୀ ୭ମ ଲାଇନର ବିବାହିତ ପୁରୁଷ କେ. ସୂର୍ଯ୍ୟ ନାରାୟଣଙ୍କ ପୁଅ କେ.ରମେଶ ଓ ସ୍ଥାନୀୟ ଅଞ୍ଚଳ ନିକଟରେ ରହୁଥିବା ୨୪ ବର୍ଷୀୟ ଯୁବତୀ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ତେବେ ଏହି ପରକୀୟାପ୍ରୀତି ଧରା ପଡ଼ିବା ପରେ ଲୋକଲଜ୍ଜା ଭୟରେ ସେମାନେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ଉଭୟଙ୍କ ସମ୍ପର୍କ ବିଷୟରେ କୁଆଡେ ଦୁଇ ପରିବାର ଲୋକେ ଜାଣିବାକୁ ପାଇଥିଲେ। ପରେ ଉଭୟ ମିଶି ଯୁବତୀଙ୍କ ଘରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣରେ କେ.ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସନ୍ଧ୍ୟାରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି। ମୃତ ରମେଶଙ୍କ ଦୁଇଟି ସନ୍ତାନ ଓ ପତ୍ନୀ ଅଛନ୍ତି। ରାୟଗଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହ ଜବତ କରିଛି।
Comments are closed.