“ସମାଜ” ପାଠକ ମଞ୍ଚ ପକ୍ଷରୁ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ପୁରୀ:  “ସମାଜ” ପାଠକ ମଞ୍ଚ ପକ୍ଷରୁ ପୁରୀ ଗୋପବନ୍ଧୁ ଭବନରେ ମାସିକ ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଓ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଛି । କଟକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରାକ୍ତନ ବରିଷ୍ଠ ନିଦ୍ରାହୀନ ବିଶେଷଜ୍ଞ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ, ପ୍ରଫେସର୍ ଡାକ୍ତର ଦେବ ପ୍ରସାଦ ଦାଶ, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନରହରି ମିଶ୍ର, ଡାକ୍ତର ହର ପ୍ରସାଦ ମିଶ୍ର ଏବଂ ଡାକ୍ତର ହୃଦୟ ରଂଜନ ମହାନ୍ତି, ଡାକ୍ତର ସୁଲୋଚନା ଦେବୀ ଏବଂ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଭୀନା ସିଂହ ପ୍ରମୂଖ ଏଥିରେ ଯୋଗ ଦେଇଛନ୍ତି।

Comments are closed.