www.samajalive.in
Monday, December 15, 2025
14.1 C
Bhubaneswar

ଉପାନ୍ତରେ ବିକାଶ ଯୋଜନା ପ୍ରହସନ ; ବାଉଁଶ ସାହାଯ୍ୟରେ ଝରଣା ପାଣି ସଂଗ୍ରହ

ଅମ୍ବାଦଳା : ଅଙ୍କାବଙ୍କା ପାହାଡିଆ ରାସ୍ତାରେ ଯାତାୟାତ। ବିଜୁଳି ଆଲୋକ ସାତ ସପନ। ସ୍ବାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ବ୍ୟବସ୍ଥା ଅପହଞ୍ଚ। ମୌଳିକ ସୁବିଧା ସୁଯୋଗ ହାତଠାରି ଡାକୁଛି। ପ୍ରତିଦିନ ପାହାଡରୁ ଓହ୍ଲାଇ ପୁଣି ଚଢ଼ିବାକୁ ପଡୁଛି। ଏହି ଉପାନ୍ତ ଅଞ୍ଚଳରେ ବିକାଶ ଯୋଜନା ପ୍ରହସନ ପାଲଟିଛି। ସରକାରଙ୍କ ସମସ୍ତ ଯୋଜନା ସତେ ଯେମିତି ପାହାଡ ଚଢ଼ି ପାରିନି ପରି ମନେ ହେଉଛି। ବର୍ତ୍ତମାନ ତାଲାବନ୍ଦ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏପରି ଅବସ୍ଥା ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅଧୀନ ଦୁର୍ଗମ ଆଦିବାସୀ ଅଧ୍ୟୁସିତ ରଘୁବାରି ଓ ଡିମିରିଗୁଡା ଭଳି ଦୁଇ ପଞ୍ଚାୟତରେ ଦେଖିବାକୁ ମିଳିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଏଠି ଫେଲ ମାରିଛି। ଆଜି ବି ସେଠାକାର ନୀରିହ ଆଦିବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ରଘୁବାରୀ ପଞ୍ଚାୟତ ମୁଖ୍ୟ କାର୍ଯାଳୟଠାରୁ ବିଲଙ୍ଗଦନି ଗାଁ ପ୍ରାୟ ୧୫ରୁ ୧୭ କିମି ଦୂରରେ ଅବସ୍ଥିତ। ପାହାଡ଼, ପର୍ବତ, ଜଙ୍ଗଲ ଘେରା ମଧ୍ୟରେ ଉକ୍ତ ଗାଁ ରହିଛି। ସେଠାରେ ଆଦିବାସୀ ଛଅ ପରିବାରର ୩୦ ସଦସ୍ୟ ରହିଛନ୍ତି। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଅପହଞ୍ଚ ହୋଇଛି। ସେମାନେ ଜଙ୍ଗଲ ଜାତ ଦ୍ରବ୍ୟ ସହ ପଡୁଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସେଥିରେ ହିଁ ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ସରକାରୀ ଖାଉଟି ଚାଉଳ କିମ୍ବା ଭତ୍ତା ଆଣିବା ପାଇଁ ଦୀର୍ଘ ୧୭ କିମି ଦୂର ଆବଡାଖାବଡା ପାହାଡି ରାସ୍ତାରେ ଚାଲିଚାଲି ଯାଇଥାନ୍ତି। ଗାଁଟି ପାହାଡ଼ ଉପରେ ରହିଥିବାରୁ କୌଣସି ଜରୁରୀ କାର୍ଯ୍ୟ ପଡିଲେ ତଳକୁ ଓହ୍ଲାଇବାକୁ ପଡେ। ଜରୁରୀକାଳିନ ପରିସ୍ଥିତିରେ ଗର୍ଭବତୀ କିମ୍ବା ଶଯ୍ୟାଶାୟୀ ରୋଗୀଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ଭାର କରି ପାହାଡ଼ରୁ ତଳକୁ ଓହ୍ଲାଇବାକୁ ରଘୁବାରୀ ଆଣି ସେଠାରୁ ଆମ୍ବୁଲାନ୍ସରେ ଅମ୍ବାଦଳାକୁ ଅଣାଯାଇ ଥାଏ। ଶିକ୍ଷା ପାଇଁ ସୀମାନ୍ତ କଳାହାଣ୍ଡି ଜିଲା ନିକଟ ବିଦ୍ୟାଳୟ ହିଁ ସାହାଭରଷା। ଅଭିନଵ ଉପାୟରେ ଝରଣା ପାଣିକୁ ବାଉଁଶ ନଳା ସାହାଯ୍ୟରେ ସଂଗ୍ରହ କରାଯାଉଛି। ସେହି ପାନୀୟ ଜଳ ପିଇ ଅନେକ ଝାଡାବାନ୍ତି ପରି ବିଭିନ୍ନ ରୋଗର ଶିକାର ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ​‌ସୌଭାଗ୍ୟ ଯୋଜନା ଗାଁ ମୁହଁ ମାଡି ପାରିନି। ଆଜିବି ସେମାନେ ଡିବିରି ବତୀ ଉପରେ ନିର୍ଭର କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories