www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁରର ରଥଯାତ୍ରା

ରଥଯାତ୍ରା ସାଧାରଣତଃ ଦେଶର ଅନେକ ସ୍ଥାନରେ ପାଳନ କରାଯାଏ। ତନ୍ମଧ୍ୟରୁ ସମ୍ବଲପୁରର ରଥଯାତ୍ରା ଅନ୍ୟତମ। ସମ୍ବଲପୁରର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ। ଏଠାରେ ପାଳନ କରାଯାଉଥିବା ରଥଯାତ୍ରାରେ ସାମାନ୍ୟ ଭିନ୍ନ ପରମ୍ପରା ଦେଖିବାକୁ ମିଳେ।

ସମ୍ବଲପୁର ସହରରେ ଥିବା ୨୭ ଜଗନ୍ନାଥ ମନ୍ଦିରରୁ ୨୫ଟିରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏମାନଙ୍କ ମଧ୍ୟରୁ ଅନେକ ସ୍ଥାନରେ ଜଗନ୍ନାଥଙ୍କ ସମେତ ବଳଭଦ୍ର ଓ ସୁଭଦ୍ରା ଏକାଠି ପୂଜା ପାଆନ୍ତି। ରଥଯାତ୍ରା ଦିନ ରଥଗୁଡ଼ିକ ପଛକୁ ପଛ ହୋଇ ଯାତ୍ରା କରନ୍ତି। ରଥଯାତ୍ରାର ନଅ ଦିନ ଜଗନ୍ନାଥ ନଅଟି ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି। ଶେଷ ଦିନରେ ତାଙ୍କୁ ୧୦୮ ପ୍ରକାର ଅଳଙ୍କାରରେ ବେଶ ଲାଗି ହୁଏ। ମନ୍ଦିରରେ ଗମ୍ଭୀରା ଭିତରକୁ ପହଣ୍ଡି ବିଜେ କଲାବେଳେ ବଚନିକା ପାଠ କରାଯାଏ।

- Advertisement -

ରଥଛୁଆଁ/ରଥଛିଆଁ :
ସମ୍ବଲପୁରରେ ଏକ ଭିନ୍ନ ତଥା ନିଆରା ପରମ୍ପରା ରହିଛି, ତାହା ହେଉଛି ରଥଛିଆଁ। ଛୋଟ ଛୁଆମାନଙ୍କ ପାଇଁ ଏହି ରଥଛିଆଁ ବିଧି ଅଛି। ରଥଯାତ୍ରା ବେଳେ ଛୋଟ ଛୁଆମାନଙ୍କୁ ନୂଆ ପୋଷାକ ପିନ୍ଧାଇ ରଥାରୂଢ଼ ବିଗ୍ରହଙ୍କୁ ଦର୍ଶନ କରାଯାଏ। ଏହାଦ୍ୱାରା ଶିଶୁର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ବାପା-ମାଆ ମାନେ ଛୁଆକୁ ରଥଛିଆଁ କରାଇଥା’ନ୍ତି ।

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories