www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବଳ ବର୍ଷାରୁ ମୁମ୍ବଇ ବେହାଲ, ଟ୍ରାଫିକ ଜାମ

ମୁମ୍ବଇ : ମହାରାଷ୍ଟ୍ରରେ ମୌସୁମୀ ପହଞ୍ଚିବା ସହ ଶୁକ୍ରବାର ସକାଳୁ ମୁମ୍ବଇ ସମେତ ଆଖପାଖ ଅଞ୍ଚଳରେ ମୂଷଳ ଧାରାରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ମାତ୍ରାରେ ବର୍ଷା ଯୋଗୁଁ ମୁମ୍ବଇର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ମୁମ୍ବଇ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମୁମ୍ବଇ ତାପମାତ୍ରା ହ୍ରାସ ପାଇଁ ୨୭ ଡିଗ୍ରୀ ସେଲସିୟସରେ ରହିଛି।
ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଥିବାରୁ ପଦାକୁ ବାହାରିବା କଷ୍ଟକର ହୋଇପଡିଛି। ବର୍ଷା ଯୋଗୁଁ ଅନେକ ଟ୍ରେନ ଚଳାଚଳରେ ବିଳମ୍ବ ହୋଇଛି। ପାଣିପାଗ ବିଭାଗ ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ମୁମ୍ବଇ ନଗରପାଳିକା ଲୋକଙ୍କୁ ମ୍ୟାନ ହୋଲ ବା ମଣିଷ ଗର୍ତ୍ତ ନଖୋଲିବା ପାଇଁ ନିର୍ଦେଶ ଦେଇଛି। ଅନେ୍ଧରୀ, ଧାରଭୀ, ବୋରିୱଲି ସମେତ କେତେକ ଅଞ୍ଚଳରେ ବର୍ଷା ଜଳ ଜମା ହୋଇ ରହିଥିବାରୁ ଟ୍ରାଫିକ ଜାମ ଜନିତ ସମସ୍ୟା ଦେକା ଦେଇଛି। ସ୍କାଇମେଟ ଅନୁସାରେ ମୁମ୍ବଇ, ଥାନେ, ରତ୍ନଗିରିରେ ଆଉ ୨୪ରୁ ୩୬ ଘଣ୍ଟା ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି। ବର୍ଷା ଯୋଗୁଁ ମୁମ୍ବଇର ଲୋକାଲ ଟ୍ରେନଗୁଡ଼ିକ ୩୦ ମିନିଟରୁ ୨ ଘଣ୍ଟା ପ୍ରର୍ଯ୍ୟନ୍ତ ବିଳମ୍ବରେ ଚାଲୁଛନ୍ତି। ଅନେକ ଷ୍ଟେସନରେ ଲୋକ ଫସି ରହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories