www.samajalive.in
Tuesday, December 9, 2025
15.1 C
Bhubaneswar

ଏଥର ବି ଭକ୍ତ ଟାଣି ପାରିଲେନି ରଥ, ଶୂନ୍ୟ ପଡ଼ିଲା କାଠଡେରା ରଥଦାଣ୍ଡ

ରେଙ୍ଗାଲିକେମ୍ପ : ଆଜି ପବିତ୍ର ଘୋଷଯାତ୍ରା । ଅତାବିରା ବ୍ଲକ କାଠଡେରାଠାରେ ଏଇ ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହୁଥିଲା । ଆଖପାଖ ଗ୍ରାମର ରଥ ଟଣା ହୋଇ ଆସି କାଠଡେରାରେ ରଥଗୁଡ଼ିକର ମେଳଣ ହୁଏ। ଲୁରୁପାଲି, ହିର୍ଲିପାଲି, ଭୂର୍ଶି ପାଲି, କତାବଗା, ତିଙ୍ଗିପାଲି, ଲଚିଦା ଆଦି ଗ୍ରାମରୁ ରଥ ଟଣାହୋଇ ଆସି ରଥର ମେଳଣ ଆଉ ହଜାର ହଜାର ଭକ୍ତଙ୍କ ସମାବେଶରେ ସତେ ଯେପରି ମେଳଣ ପଡ଼ିଆଟି ପାଲଟିଯାଏ ବଡ଼ଦାଣ୍ଡ। ଏକା ସଙ୍ଗେ ରଥ ଟଣା ହୁଏ ପ୍ରତି ରଥକୁ ଶତାଧିକ ଭକ୍ତ ଟାଣି ନେଇ ପହଞ୍ଚାଇ ଦିଅନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିରରେ। କୃତାର୍ଥ ହୁଅନ୍ତି ଭକ୍ତମାନେ ଦର୍ଶନ କରି। ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ବର୍ଷକୁ ଥରେ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେଇ ଜନ୍ମ ଜନ୍ମାନ୍ତରର ପାପ ହରଣ କରିଥାନ୍ତି ବୋଲି ଆମ ଓଡ଼ିଆମାନଙ୍କ ଅପୂର୍ବ ବିଶ୍ୱାସ ଓ ଶ୍ରଦ୍ଧା ରହିଛି। ତେଣୁ ଏଇ ଦିନଟିକୁ ଭକ୍ତମାନେ ଗୋଟିଏ ବର୍ଷ ଧରି ଅପେକ୍ଷା କରି ରହିଥାନ୍ତି। କିନ୍ତୁ ଦୁଇ ବର୍ଷ ହେଲା କରୋନା ମହାମାରୀ ଭକ୍ତଙ୍କର ଏଇ ଦର୍ଶନଭିଲାସି ଇଚ୍ଛାକୁ ଚୁରମାର କରିଦେଇଛି। ଗତ ବର୍ଷ ପରି ଚଳିତ ବର୍ଷ ବି କରୋନାର ଦ୍ଵିତୀୟ ଲହରର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥ ଟଣା ବନ୍ଦ ଘୋଷଣା କରିଛନ୍ତି।ତେଣୁ ଆଜି ଏହି ରଥଦାଣ୍ଡ ଗୁଡ଼ିକ ଶୂନ୍ୟ ପଡିଛି। ଏମିତିକି ଭଗବାନଙ୍କୁ ରଥ ଉପରକୁ ମଧ୍ୟ ନିଆଯାଇ ନାହିଁ କାଳେ ଭକ୍ତ ମାନେ ଅବାଧ୍ୟା ହେବେ ତାଙ୍କର ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ମନ୍ଦିର ଗୁଡ଼ିକର ସିଂହାସନରୁ ପ୍ରଭୁଙ୍କୁ ତଳକୁ ଓହ୍ଲାଇ ଆଣି ନିତିକାନ୍ତି କରାଯାଉଛି। ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଦୂରତା କେବେହେଲେ ଆସି ନ ପାରେ। ତଥାପି ରଥାରୂଢ଼ ଭଗବାନଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କ ମନରେ ଯେଉଁ ଉତ୍କଣ୍ଠା ଥାଏ ତାହା ଆଉ ଦେଖିବାକୁ ମିଳୁନାହିଁ ଦୁଇବର୍ଷ ହେଲା।

ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ବୋଲାଉଥିବା ପ୍ରଭୁ ଜଗନ୍ନାଥ ଯେମିତି କହୁଛନ୍ତି ହେ ଭକ୍ତମାନେ ମୁଁ ତୁମ ହୃଦୟରେ ଅଛି , ମତେ ସେଇଠି ତୁମେ ଦର୍ଶନ କର, ନିଜର ହୃଦୟ ରୂପକ ବଡଦାଣ୍ଡରେ ମତେ ଦେଖ। ଆଜି ମହାମାରୀ ସବୁକିଛି ଫିକା କରିଦେଇଛି। ଅତାବିରା ବସ୍ତିରେ ଥିବା ଜଗନ୍ନାଥ ଧାମ ବା ମନ୍ଦିରରେ ମଧ୍ୟ ପ୍ରଭୁ ରତ୍ନ ସିଂହାସନରୁ ତଳକୁ ଆସି ଭକ୍ତ ଗଣଙ୍କୁ ଦର୍ଶନ ଦେଉଛନ୍ତି। ସେଇଠାରେ ହିଁ ଛୋଟ ଛୋଟ ଶିଶୁମାନଙ୍କର ରଥ ଛୁଆଁ ପରମ୍ପରା ଚାଲିଛି। ସିଥିଳ ପଡ଼ିଯାଇଛି ହରିବୋଲ ହୁଳହୁଳିର ଶବ୍ଦ। ତଥାପି ପ୍ରଭୁଙ୍କ ରୀତିନୀତି, ପୂଜାର୍ଚ୍ଚନାରେ ପରିବର୍ତ୍ତନ ହୋଇନି। ଆଜି ଭକ୍ତମାନଙ୍କ ମନରେ ସେଇ ଅଟଳ ବିଶ୍ୱାସ ରହିଛି ଯେ ପ୍ରଭୁ କରୋନାକୁ ନାଶ କରି ପୁଣି ଆମକୁ ଉଦ୍ଧାର କରିବେ, ଦେଉଳରୁ ବାହାରି ପୁଣି ତାଙ୍କୁ ଦର୍ଶନ ଦେବେ। ତେବେ ଦେଖାଯାଉ ଭକ୍ତଙ୍କର ଜୟ ହେଉଛି ନା କରୋନାର। ଆଜି ଅତାବିରାର ଜହ୍ନା ପଡ଼ା, ପତ୍ରାପଳି, କୁଲୁଣ୍ଡା, ବାବେବୀରା ଗୋଡ଼ଭଗା, ଝିଲିମିଣ୍ଡା ଆଦି ସ୍ଥାନମାନଙ୍କରେ ରଥଯାତ୍ରା ପୁରା ଶୁନଶାନ୍ ପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories