ମଙ୍ଗଳବାର ରାଶିଫଳ

0

ମେଷ: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପ୍ରତିରୋଧକାରୀମାନେ ସକ୍ରୀୟ ରହିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ପର ଧନରେ ଧନୀ ହେବେ। ବିନୀତ ସ୍ୱଭାବର ହେବେ।

ବୃଷ: ପରିଶ୍ରମର ମୂଲ୍ୟ ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ଧାର୍ମିକ ହେବେ। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।

ମିଥୁନ: ସଞ୍ଚିତ ଅର୍ଥ ବ୍ୟୟ କରିପାରନ୍ତି। ମନ ବିଷାଦିତ ହୋଇପାରେ। ବିଭିନ୍ନ ଦିଗରୁ ଧନାଗମ ହେବ। ଯଶସ୍ୱୀ ହେବେ। ସରକାରୀ ଧନ ମିଳିପାରେ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ନୀତିଜ୍ଞ ହେବେ। କୀର୍ତ୍ତିମାନ ହେବା ଆଶାକରାଯାଏ।

କର୍କଟ: ଉପଯୁକ୍ତ ନ୍ୟାୟ ମିଳିବ। ଶୁଭକାର୍ଯ୍ୟ କରଣୀୟ। ଆୟ ହେବ; ମାତ୍ର ଅଧିକ ନୁହେଁ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ନୂଆ ବନ୍ଧୁଙ୍କ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି।

ସିଂହ: ପ୍ରତାରିତ ହେବାର ସୂଚନା ମିଳୁଛି। ମନ ବିଷର୍ଣ୍ଣ ହୋଇପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମିଷ୍ଟଭାଷୀ ଭାବେ ନିଜର ପରିଚୟ ସୃଷ୍ଟି କରି ଅସୁବିଧାରୁ ଉଧୁରୀ ଯାଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବେ।

କନ୍ୟା: ମାନସିକ ସ୍ଥିତି ସ୍ଥିିର ରହିବ। ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦିନଟି ମଧ୍ୟମ ଧରଣର।

ତୁଳା: ଆୟ ଆଶାନୁରୂପ ହୋଇପାରେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟ ଲାଭ କରିବେ।

ବିଛା: ସେବା ପୂଜାରେ ନିୟୋଜିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ସଦ୍‍ବ୍ୟବହାର କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ।

ଧନୁ: ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ। ସନ୍ମାର୍ଗୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ ହେବେ। ପ୍ରିୟଭାଷୀ ଓ ଧନ-ଯାନବାହନଯୁକ୍ତ ହୋଇପାରନ୍ତି।

ମକର: ନୂତନ ଭୂସମ୍ପତ୍ତି କିଣିବାର ସୁଯୋଗ ମିଳିପାରେ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ରହିଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି।

କୁମ୍ଭ: ଆତ୍ମବଳ ବୃଦ୍ଧି ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହେବେ। ଦିନକୁ ଦିନ ସମର୍ଥଙ୍କ ସଂଖ୍ୟା ବୃଦ୍ଧି ହେବ। ଶୁଭ କାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି। ସଂଗ୍ରାମୀ ଭାବେ କାର୍ଯ୍ୟ କରିବେ।

ମୀନ: ଅଗ୍ରଗାମୀ ହୋଇପାରନ୍ତି। ପଢ଼ାଲେଖା ପ୍ରତି ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସୁଭାଷୀ, ସୁବିଦ୍ୟାଯୁକ୍ତ, ଦର୍ଶନୀୟ ଓ ଭୋଗୀ ହେବେ।

Leave A Reply