www.samajalive.in
Sunday, December 7, 2025
13.1 C
Bhubaneswar

ଏହି ରାଶିର ବ୍ୟକ୍ତି ଆଜି ଉଜ୍ୱଳକାରୀ ହେବେ – ସମ୍ପୂର୍ଣ୍ଣ ରାଶିଫଳ

ମେଷ- ରାଜଯୋଗ ଥିବାରୁ ଉଚ୍ଚ ସମ୍ମାନ ମିଳିପାରେ; ମାତ୍ର ଥଣ୍ଡାକଫଜନିତ କ୍ଲେଶ ଭୋଗ କରିପାରନ୍ତି। କର୍ମଚଞ୍ଚଳ ରହିବେ। ହୃଦୟରୁ ଜାତ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ। ସାହସୀ ଓ ଜ୍ଞାନୀ ହେବେ।

ବୃଷ- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ।

- Advertisement -

ମିଥୁନ- ମହତାକାଂକ୍ଷୀ ହେବେ। ନିଜ ବ୍ୟବହାରରେ ସଜ୍ଜନମାନଙ୍କୁ ସନ୍ତୁଷ୍ଟ କରିପାରନ୍ତି। କୁଳ ଉଜ୍ଜ୍ବଳକାରୀ ହେବେ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ପାରିବାରିକ ସ୍ନେହ ମିଳିବ।
କର୍କଟ- ରୂପବତୀ, ସୁଶୀଳ ତଥା ଗୃହ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରୁଥିବା ପତ୍ନୀଙ୍କ ସାନ୍ନିଧ୍ୟ ଶୁଭ ଓ ମଙ୍ଗଳଦାୟକ ହେବ ଓ ଆପଣଙ୍କୁ ଭାଗ୍ୟଶାଳୀ କରିପାରେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ସିଂହ- ଯଶସ୍ବୀ ଓ ବିଶ୍ବସନୀୟ ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହେବାର ସୂଚନା ମିଳୁଛି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହୋଇପାରେ।

କନ୍ୟା- ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧନୀ ଘରର କନ୍ୟାକୁ ପତ୍ନୀ ରୂପେ ପାଇ ଗର୍ବ ଅନୁଭବ କରିପାରନ୍ତି। ଜଣେ ମହାନ୍‌ ସମାଜସେବୀ ଭାବେ ସୁଖ୍ୟାତି ଅର୍ଜନ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ତୁଳା – ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟ ବହନ କରିବା କଷ୍ଟସାଧ୍ୟ ହେବ। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ପରାୟଣ ହେବେ।

ବିଚ୍ଛା- ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ଶିକ୍ଷିତା ଓ ପତିବ୍ରତା ହୋଇପାରନ୍ତି।

ଧନୁ- ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷିକ୍ଷେତରୁ ଭଲ ଆୟ ହେବ। ଭାଇମାନଙ୍କ ମଧ୍ୟରେ କେବଳ ଜ୍ୟେଷ୍ଠ ନୁହନ୍ତି ଶ୍ରେଷ୍ଠ ହେବେ।

ମକର- ସବୁ କଳକୌଶଳରୁ ବିରତ ହୋଇ ଈଶ୍ବର ଭକ୍ତିରେ ଶକ୍ତିମାନ୍‌ ହେବା ପାଇଁ ଉଦ୍ୟମ ଜାରି ରଖିବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ।

କୁମ୍ଭ- ସୌଭାଗ୍ୟଶାଳୀ ଓ ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଧନାଗମ ହେବେ। ଦୈବୀ ବଳରେ ମହାଶକ୍ତିସମ୍ପନ୍ନ ହେବେ।

ମୀନ- ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲି ମୋକଦ୍ଦମାରେ ବିଜୟୀ ହେବେ। ସ୍ବାତ୍ତିକ ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଲୋକପ୍ରିୟ ହେବେ। ସମାଜରେ ମହାନ୍‌ ଗୌରବର ଅଧିକାରୀ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories