ଏହି ସପ୍ତାହରେ କେଉଁ ରାଶିଧାରୀ ବ୍ୟକ୍ତିଙ୍କ କେମିତି କଟିବ -ଜାଣନ୍ତୁ

ମେଷ- ରବିବାର ଓ ସୋମବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା ନକରିବା ଭଲ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାତ୍ରୁବିବାଦ ଦୂରହେବ। ବନ୍ଧୁ ପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ- ରବିବାର ଓ ସୋମବାର ଶତ୍ରୁଠାରୁ ଦୂରେଇ ରୁହନ୍ତି। ମଙ୍ଗଳବାର ଓ ବୁଧବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର ଜମି ଗଣ୍ଡଗୋଳ ଦେଖାଦେବ। ଶନିବାର କର୍ମକ୍ଷେତ୍ରରେ ସଫଳତା ପାଇବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ମିଥୁନ- ରବିବାର ଓ ସୋମବାର ଶ୍ରୀଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ଯାନବାହାନ ଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ।

କର୍କଟ- ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ପଦୋନ୍ନତି ମିଳିପାରେ। ଗୁରୁବାର ଓ ଶୁକ୍ରବାର କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। ଶନିବାର ପରିଶ୍ରମ ଅନୁସାରେ ଫଳ ପାଇବେ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ- ରବିବାର ଓ ସୋମବାର ପ୍ରଗତିଶୀଳ ହେବେ। ମଙ୍ଗଳବାର ଓ ବୁଧବାର ଶତ୍ରୁ ପରାସ୍ତ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ବନ୍ଧୁ ପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଆନନ୍ଦ ପ୍ରାପ୍ତ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସୁସମ୍ବାଦ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ତୁଳା-ରବିବାର ଓ ସୋମବାର ଦୂରଯାତ୍ରା କରିବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟରେ ବାଧା ସୃଷ୍ଟିହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବାଙ୍‌ମୟ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ।

ବିଛା-ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ତର୍କ ଦ୍ବାରା ଶତ୍ରୁକୁ ପରାସ୍ତ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକବାଦୀ ହେବେ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ ସ୍ତୋତ୍ର ପାଠ କରନ୍ତୁ।

ଧନୁ-ରବିବାର ଓ ସୋମବାର ସ୍ତ୍ରୀହେତୁକ ସମସ୍ୟା ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଶୁକ୍ରବାର ଓ ଶନିବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ରନାମ ପାଠ କରନ୍ତୁ।

ମକର- ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ମଙ୍ଗଳବାର ଓ ବୁଧବାର ନୂତନ ଦ୍ରବ୍ୟ କ୍ରୟ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀ ସହସ୍ର ନାମ ପାଠ କରନ୍ତୁ।

କୁମ୍ଭ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବୁଧବାର ଓ ଗୁରୁବାର ଯାତ୍ରା ଅନୁକୂଳ ରହିବ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରନ୍ତୁ।

ମୀନ- ରବିବାର ଓ ସୋମବାର ସନ୍ତାନ ହେତୁକ ସମସ୍ୟା ଦୂର ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ। n

Comments are closed.