www.samajalive.in
Sunday, December 7, 2025
26.1 C
Bhubaneswar

ରାଶିଫଳ- ଏହି ରାଶିଧାରୀଙ୍କ ରାଜତୁଲ୍ୟ ଧନସମ୍ପଦଯୁକ୍ତ ହେବେ

ମେଷ- ରାଜତୁଲ୍ୟ ଧନସମ୍ପଦଯୁକ୍ତ ହେବେ; ମାତ୍ର କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ପତ୍ନୀ ରୂପବତୀ ହେବେ। ଭୋଗ ବିଳାସ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସା ମିଳିବ।

ବୃଷ- ସତ୍ୟବକ୍ତା ଓ ଅତିଥିପରାୟଣ ହେବେ। ସ୍ବାଭିମାନୀ ହେବେ। ନ୍ୟାୟାଧୀଶ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତର ସୂଚନା ମିଳୁଛି। ଧନବାନ୍‌ ହେବେ। ଶାସ୍ତ୍ର ଅଧ୍ୟୟନରେ ମନ ଦେବେ।

- Advertisement -

ମିଥୁନ- ବିଦ୍ବାନ୍‌ ହେବେ। କୁଶଳୀ ବ୍ୟବସାୟୀ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ। ସଫଳ ପ୍ରେମୀ ହେବେ।

କର୍କଟ- ବିବେକୀ ହେବେ। ପତ୍ନୀ ସେହ୍ନୀ ହୋଇପାରନ୍ତି। ଶତ୍ରୁକୁ ମୁକାବିଲା କରିବାରେ ପାରଙ୍ଗମ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ମାତୃଭକ୍ତ ଓ ଉଚ୍ଚାଭିଳାଷୀ ହେବେ।

ସିଂହ- ଚତୁର ଓ ଧନ ସଂଗ୍ରହକାରୀ ହେବେ। ପତ୍ନୀ, ପୁତ୍ର ସମେତ ସୁଖ ଭୋଗକାରୀ ହେବେ। ପବିତ୍ର ହୃଦୟବାନ୍‌ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। କୀର୍ତ୍ତିମାନ୍‌, ଯଶସ୍ବୀ ଓ ବିଶ୍ବସନୀୟ ହେବେ।

କନ୍ୟା- ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ନୀତିଜ୍ଞ ହେବେ। ଯାନବାହନ ସୁଖ ମିଳିବ। ଆୟର ମାର୍ଗ ଉନ୍ମୁକ୍ତ ଥିଲେ ବି ପରିମାଣ ସ୍ବଳ୍ପ ହୋଇପାରେ। ପରଧନରେ ଧନୀ ହୋଇପାରନ୍ତି। ମନୋରଞ୍ଜନକାରୀ ହେବେ।

ତୁଳା- ସାହସୀ ହେବେ। ଯୌଥ ପରିବାରଯୁକ୍ତ ହୋଇପାରନ୍ତି। କଳକୌଶଳ ପ୍ରୟୋଗକରି ଅଭିଳାଷ ପୂରଣ କରିବେ। ଧୈର୍ଯ୍ୟବାନ୍‌ ଓ ସୌଭାଗ୍ୟଶାଳୀ ହେବେ। ରାଜଯୋଗ ଥିବାରୁ ଉଚ୍ଚାସନ ମିଳିବ।

ବିଚ୍ଛା- ସୁନ୍ଦର ଓ କୋମଳ ଶରୀର ସମ୍ପନ୍ନ ହେବେ। ପିତୃଭକ୍ତ ହେବେ। ପାପ କାମକୁ ଭୟ ଓ ବର୍ଜନ କରିପାରନ୍ତି। ସୁଖ, ସ୍ବାଚ୍ଛନ୍ଦ୍ୟ ଭୋଗ କରିପାରନ୍ତି। ସଙ୍ଗୀତ ପ୍ରେମୀ ହେବେ। ସରକାରୀ ସ୍ତରରୁ ଅର୍ଥ ମିଳିବ।

ଧନୁ- ସତ୍ୟବକ୍ତା ଓ ବିଳାସପ୍ରିୟ ହୋଇପାରନ୍ତି। ଆସ୍ତିକ ହେବେ। ଗଣିତଜ୍ଞ ହୋଇପାରନ୍ତି। ମହାଧନୀ ହୋଇପାରନ୍ତି। ମିତ୍ର ଓ ବନ୍ଧୁଯୁକ୍ତ ହେବେ। କଳାକୁଶଳୀ ହେବେ। ଦୈବୀ ଶକ୍ତିର ସହାୟତା ମିଳିପାରେ।

ମକର- ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ସୁଶିକ୍ଷିତ ଓ ଧନୀ ହୋଇପାରନ୍ତି। ଦୂରଦର୍ଶୀ ହେବେ। ଈଶ୍ବରୀୟ ସତ୍ତାର ଅନୁଭବୀ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।

କୁମ୍ଭୃ ନୀରୋଗ ଶରୀର ଓ ବିନୀତ ସ୍ବଭାବସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ। ସୁଶାସକ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ମୀନ- ମନ ପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ସମ୍ପତ୍ତି ଓ ସନ୍ତତିବାନ୍‌ ହୋଇପାରନ୍ତି। ସଦାଚାରୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ସ୍ବଅର୍ଜିତ ଧନରେ ସୁଖ ଭୋଗ କରିପାରନ୍ତି। ବ୍ୟବହାର ମଧୁର ହେବ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories